Odiapua.com

ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି

ନୟାଗଡ଼, ୬ା୪: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଜିଲ୍ଲା ରଣପୁର୍ ବ୍ଳକ ଅନ୍ତର୍ଗତ ସାରଙ୍ଗଧରପୁରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଶୁକ୍ରବାର ଏକ ବଡ଼ ଧରଣର ଡକାଏତି ହୋଇଯାଇଛି। ୫ଜଣ ଡକାଏତ ଏକ ବାଇକରେ ଆସି ହଠାତ୍ ବ୍ୟାଙ୍କ ଭିତରେ ପଶିଥିଲେ। ସେମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀମାନଙ୍କୁ ଭୟଭିତ କରିଥିଲେ। ତା’ପରେ ଲକର ଚାବି ନେଇ ପ୍ରାୟ ୨ଶହ ପ୍ୟାକେଟ ସୁନା ଓ ୮୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ। ତେବେ ଏସମ୍ପର୍କରେ ଡକାଏତଙ୍କ ପତ୍ତା ମିଳିନଥବାବେଳେ ରଣପୁର ପୁଲିସ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଚଳାଇଥିବା ଜଣାପଡ଼ିଛି।