Odiapua.com

୨୦ରୁ ପାଦୂକାଇଙ୍କ ପୀଠରେ ସପ୍ତସତୀ ଚଣ୍ଡୀ ମହାଯଜ୍ଞ

ଖୋର୍ଦ୍ଧା:ଆସନ୍ତା ୨୦ ତାରିଖରୁ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମ ସ୍ଥିତ ମା” ପାଦୂକାଇଙ୍କ ପୀଠରେ ସପ୍ତସତୀ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହେବ।୩ ଦିନ ଧରି ଚାଲିବାକୁ ଏହି କାର୍ଯ୍ୟକ୍ରମ ୨୨ ତାରିଖ ଦିନ ସମାପନ ହେବ।୨୦ ତାରିଖରେ ରାମେଶ୍ୱର ମଲାଗୁଣି ନଦୀରୁ କଳସ ଯାତ୍ରା ଆରମ୍ଭ ହୋଇ ଶାଲାମଣ୍ଡନ ଏବଂ ଅଙ୍କୁରାରୋପଣ,୨୧ ତାରିଖରେ ଯଜ୍ଞାରମ୍ଭ,ଅଗ୍ନିସ୍ଥାପନ,ହବନ ଏବଂ ୨୨ ତାରିଖରେ ସୂର୍ଯ୍ୟପୂଜା,ଚଣ୍ଡୀପାଠ ଓ ହବନ ହେବା ସହ ସନ୍ଧ୍ୟାରେ ପ୍ରସାଦ ସେବନ ହେବ ବୋଲି ଜଣାପଡ଼ିଛି।/ଦେବଦତ୍ତ