Odiapua.com

ଅସ୍ଥିର ଏବଂ ଅମାନିଆ ହେଉଛନ୍ତି ସପନା

ନୂଆଦିଲ୍ଲୀ: ହରିୟାଣାର ପ୍ରସିଦ୍ଧ ଡ୍ୟାନ୍ସିଂ ଷ୍ଟାର ସପନା ଚୌଧୁରୀ ଏବେ ଅସ୍ଥିର ହେଉଛନ୍ତି।ଷ୍ଟେଜରେ ପାଦ ଦେଲା ମାନେ ଦର୍ଶକଙ୍କୁ ଅସ୍ଥିର କରି ପକାଉଥିବା ସପନା ରାଜନୀତିରେ କିନ୍ତୁ ନିଜେ ଅସ୍ଥିର ହୋଇ ଯାଉଛନ୍ତି।ତାଙ୍କ କାର୍ଯ୍ୟକୁ ନେଇ ବିଜେପି ଏବେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି।ହରିୟାଣାରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ସପନା ତାଙ୍କ ନିଜ ଦଳ ବିଜେପି ସପକ୍ଷରେ ଆଦୌ ପ୍ରଚାର କରି ନାହାଁନ୍ତି।ଏଥିପାଇଁ ତାଙ୍କ ଉପରେ ଅନେକ ବିଜେପି ନେତା ଅସନ୍ତୁଷ୍ଟ ଥିବା ବେଳେ, ସପନା ପୁଣି ସେପରି ଆଉ କିଛି କାମ କରି ବସିଛନ୍ତି।

ହରିୟାଣାର କାଣ୍ଡାଶୀର୍ଷା ଆସନରୁ ବିଜେପି ପାର୍ଥି ପ୍ରଦୀପ ରତୁଶରିୟାଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିବା ହରିୟାଣା ଲୋକହିତ ପାର୍ଟି (ହଲୋପା) ପାର୍ଥି ଗୋପାଳ କାଣ୍ଡାଙ୍କ ପାଇଁ ସପନା ୟୁଟ୍ୟୁବ୍ ମାଧ୍ୟମରେ ପ୍ରଚାର କରିଛନ୍ତି।ଏମିତିରେ ଗୋପାଳ କାଣ୍ଡାଙ୍କ ନାମରେ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି।ଗୋପାଳ କାଣ୍ଡାଙ୍କ ଏକ ନିର୍ବାଚନ ସଭାକୁ ଅଧିକ ସଂଖ୍ୟାରେ ଲୋକ ଆସିବାକୁ ଏବଂ ଗୋପାଳଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ସପନା ଏକ ଭିଡିଓ କରି ୟୁଟ୍ୟୁବ୍ ମାଧ୍ୟମରେ ପ୍ରଚାର କରାଇଥିଲେ।ଅବଶ୍ୟ ଶେଷ ସମୟରେ ସପନା ନିଜେ ସେ ସଭାକୁ ଯାଇନଥିଲେ।ହରିୟାଣା ବିଜେପି ନେତାଙ୍କ ଅଭିଯୋଗ ପରେ ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ସପନାଙ୍କୁ ସେ ସଭାକୁ ଯିବାରେ ବନ୍ଦ କରିଥିବା କୁହାଯାଉଛି।ସୂଚନାଯୋଗ୍ୟ ଯେ ଏଇ କିଛି ମାସ ତଳେ ମନୋଜ ତିୱାରୀ ହିଁ ସପନା ଚୌଧୁରୀଙ୍କୁ ବିଜେପିରେ ମିଶାଇଥିଲେ।ଏହା ପୂର୍ବରୁ ସପନାଙ୍କର ସୋନିଆ ଗାନ୍ଧୀ/ପ୍ରିୟଙ୍କା ଭଦ୍ରାଙ୍କ ସହ ଫଟୋ ଭାଇରାଲ ହେବା ପରେ ସେ କଂଗ୍ରେସରେ ମିଶିବା କୁହାଯାଉଥିଲା।କିନ୍ତୁ ସପନା ବିଜେପିରେ ଯୋଗ ଦେବା ପରେ ସେହି ଫଟୋ କୌଣସି ପୂରୁଣା ଫଟୋ ବୋଲି କୁହାଗଲା।ଏବେ ବିଜେପିରେ ସପନା ଅସ୍ଥିର ଏବଂ ଅମାନିଆ ହେଉଥିବାର କାରଣ ହରିୟାଣା ବିଧାନସଭାରେ ତାଙ୍କୁ ଟିକେଟ ନମିଳିବା ବୋଲି କୁହାଯାଉଛି।//ଦେବଦତ୍ତ ରଥ