Odiapua.com

କର୍କଟ ରୋଗର ଚିକିତ୍ସା ପାଇଁ ଦୁବାଇ ଯାତ୍ରା କଲେ ସଞ୍ଜୟ ଦତ୍ତ – ସାଥିରେ ପତ୍ନୀ ମାନ୍ୟତା

ନୂଆଦିଲ୍ଲୀ ୧୬-୯ (ଓଡ଼ିଆ ପୁଅ) : ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଚିକିତ୍ସା ପାଇଁ ଦୁବାଇ ଯାତ୍ରା କରିଥିବା ଜଣାପଡ଼ିଛି। ତାଙ୍କ ସାଥିରେ ପତ୍ନୀ ମାନ୍ୟତା ଅଛନ୍ତି।

ନିକଟରେ ଏକ ବଡ ଖବର ଥିଲା ଯେ, ସମସ୍ତଙ୍କ ପ୍ରିୟ ତାରକା ସଞ୍ଜୟ ଦତ୍ତ ଫୁସଫୁସ କର୍କଟରେ ପୀଡିତ ଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ଅଭିନେତାଙ୍କୁ ନିକଟରେ ପତ୍ନୀ ମାନ୍ୟତା ଦତ୍ତଙ୍କ ସହ ଏକ ଘରୋଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ତେଣୁ ଆଶା କରାଯାଉଛିଯେ, ସଞ୍ଜୟ ଦତ୍ତ ତାଙ୍କର ଚିକିତ୍ସା ବିଦେଶରେ କରିବେ। ସୂଚନାଯୋଗ୍ୟଯେ, ସଞ୍ଜୟ ଏବଂ ମାନ୍ୟତା ସେମାନଙ୍କର ଯୁଗ୍ମ ସନ୍ତାନ ଶାହରାନ୍ ଏବଂ ଇକ୍ରାଙ୍କୁ ଭେଟିବା ପାଇଁ ଦୁବାଇ ଯାଇଛନ୍ତି। ଏହି ସମୟ ମଧ୍ୟରେ ସଞ୍ଜୁ ବାବାଙ୍କୁ ବ୍ୟୁ ଜିନ୍ସ, ଟି-ସାର୍ଟ ସହିତ ଏକ କ୍ଲିନ ସେଭ୍ ରେ ଦେଖିବାକୁ ମିଳିଛି।

ଦୁବାଇ ଅଭିମୁଖେ ଯାତ୍ରା କରୁଥିବାବେଳେ ମାନ୍ୟତା ବିମାନ ଭିତରୁ ଫଟୋ ସେୟାର କରିଥିଲେ। ମାନ୍ୟତା ସଞ୍ଜୟ ଦତ୍ତଙ୍କ ସହ ଏକ ସେଲଫି ସେୟାର କରିଛନ୍ତି, ଯେଉଁଥିରେ ଉଭୟ ବିମାନ ଭିତରେ ବସିଥିବାର ନଜର ଆସିଛନ୍ତି।