Odiapua.com

ପାକିସ୍ଥାନ ବୋହୂଙ୍କୁ ଆମ୍ବାସଡ଼ର ପଦରୁ ହଟାଯାଉ : ରାଜା ସିଂ

ହାଇଦ୍ରାବାଦ: ଜାମ୍ମୁ କାଶ୍ମୀରର ପୁଲୱାମାରେ ପାକିସ୍ଥାନ ଆତଙ୍କବାଦୀଙ୍କ ଦ୍ଵାରା ଆତ୍ମଘାତୀ ଆକ୍ରମଣ ପରେ ଭାରତ ପାକିସ୍ଥାନ ସଂପର୍କ ଭିତରେ ତିକ୍ତତା ବୃଦ୍ଧି ପାଇଛି।କୂଟନୈତିକ ସ୍ତରରେ, ବିଶେଷ ଭାବରେ ବିଶ୍ୱ ସମୁଦାୟରେ ପାକିସ୍ଥାନକୁ ଏକ ଘରିକିଆ କରିବା ପାଇଁ ଭାରତ ଉଦ୍ୟମ କରୁଛି।ତେବେ ଏ’ ଭିତରେ ଭରତୀୟ ଟେନିସ ଖେଳାଳି ତଥା ପାକିସ୍ଥାନ ବୋହୂ ସାନିଆ ମିର୍ଜାଙ୍କୁ ତେଲେଙ୍ଗାନା ବ୍ରାଣ୍ଡ ଆମ୍ବାସଡ଼ର ପଦବୀରୁ ହଟାଇବା ପାଇଁ ଦାବି କରିଛନ୍ତି,ତେଲେଙ୍ଗାନା ବିଧାନସଭାର ଏକ ମାତ୍ର ବିଜେପି ବିଧାୟକ ଟି.ରାଜା ସିଂ।ରାଜାଙ୍କ କହିବା କଥା,ସାନିଆ ଭାରତୀୟ ହେଲେ ମଧ୍ୟ ଏବେ ପାକିସ୍ଥାନ ବୋହୂ।ଭାରତ ସରକାର ଯେତେବେଳ ପାକିସ୍ଥାନ ସହ ସମସ୍ତ ସଂପର୍କ ଛିନ୍ନ କରୁଛନ୍ତି,ଏପରି ସମୟରେ ତେଲେଙ୍ଗାନାର ବ୍ରାଣ୍ଡ ଆମ୍ବାସଡ଼ର ପଦବୀରୁ ପାକିସ୍ଥାନ ବୋହୂ ସାନିଆ ମିର୍ଜାଙ୍କୁ ହଟାଯିବା ଉଚିତ।/ଦେବଦତ୍ତ