Odiapua.com

ପ୍ରେମ ବିବାହ ଉପରେ ମୋହର ମାରିଲେ ସାନିଆ ମିର୍ଜା

ହାଇଦ୍ରାବାଦ ୭-୧୦ (ଓଡ଼ିଆ ପୁଅ): ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ ଙ୍କର ପୁଅ ଅସଦୁଦ୍ଦୀନଙ୍କର ଟେନିସ ଷ୍ଟାର ସାନିୟା ମିର୍ଜାଙ୍କର ଭଉଣୀ ଅନମ ମିର୍ଜାଙ୍କ ସହିତ ହେବ ବିବାହ। ଅବଶ୍ୟ ଏହି ବିବାହର ଗୁଜବ ଅନେକ ଦିନରୁ ଚାଲିଥିଲା କିନ୍ତୁ ଏବେ ଏହାର ଔପଚାରିକ ପୁଷ୍ଟି ହୋଇଛି। ତେେବ ଏହି ପ୍ରେମ ବିବାହ ଉପରେ ମୋହର ମାରିଛନ୍ତି ନିଜେ ସାନିଆ ମିର୍ଜା। ସାନିୟା ମିର୍ଜା ନିଜେ ଏକ ରାଷ୍ଟ୍ରୀୟ ମିଡ଼ିଆ ଆଉଟଲେଟରେ ଏହି ବିବାହ ଖବର ଉପରେ ମୋହର ମାରିଛନ୍ତି। ସାନିୟା କହିଛନ୍ତି, “ପରିବାରର ସମସ୍ତେ ବହୁତ ଖୁସି ଅଛନ୍ତି ଏବଂ ଆଜାଦୁଦ୍ଦୀନଙ୍କର ପୁଅ ଅସଦ ଉପଯୁକ୍ତ ବର ହେବେ।”

ଜଣେ ଷ୍ଟାଇଲିଷ୍ଟ ରୂପରେ କାମ କରୁଥିବା ଅନମ ମିର୍ଜାଙ୍କର ଏହା ଦ୍ୱିତୀୟ ବିବାହ ଅଟେ। ଅନମ ମିର୍ଜା ପୂର୍ବରୁ ଅକବର ରଶୀଦଙ୍କୁ ବିବାହ କରିଥିଲେ। ଅନମଙ୍କର ତଲାକ ପରେ ଅସଦଙ୍କ ସହ ପ୍ରେମରେ ପଡ଼ିଥିଲେ। ଦୁଇଜଣଙ୍କ ମଧ୍ୟରେ ରୋମାଂସ ପରେ ବିବାହ ସ୍ଥିର ହୋଇଛି। ଅସଦ ଜଣେ ଓକିଲ ଅଟନ୍ତି, ସେ ଗତ ରଣଜୀ ମ୍ୟାଚ୍ ରେ ଗୋଆ ପାଇଁ ଖେଳିଥିଲେ।