Odiapua.com

ଇ-ଅଭିଯୋଗ ପରେ ସମାସିଂହା ଗ୍ରାମରେ ଖୋଲାହେଲା ନଳକୂପ

କୋଲାବିରା, ୯।୧୨ (ଓଡ଼ିଆ ପୁଅ/ନିଶିତ କୁମାର ବହିଦାର) କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହା ଗ୍ରାମର ୮ ନମ୍ବର ଓାର୍ଡ କାଲୋପଡା ଏବଂ ଲୁହୁରାପଡା ଠାରେ ନଳକୁଅଁ ନଥିବାରୁ ପଡାରେ ବସବାସ କରିଥିବା ପାଖାପାଖି ୩ଶହ ଜଣ ଲୋକ ପାନୀୟ ଜଳରୁ ବଂଚିତ ହେବା ସହିତ ଦୂରଦୁରାନ୍ତ ଅନ୍ୟସାହିର ନଳକୁଅଁ ଉପରେ ନିର୍ଭର କରି ଚଲୁଥିଲେ। ଏସଂକ୍ରାନ୍ତରେ ସମାସିଂହା ପଂଚାୟତ କାର୍ଯ୍ୟାଳୟ ଠାରୁ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପର୍ଯ୍ୟନ୍ତ ଅଧିକାରୀଙ୍କୁ ପଡାବାସୀ ଅନେକ ବାର ଦାବି ଜଣେଇଥିଲେ ମଧ୍ୟ ସୁଫଳ ମିଳିପାରିନଥିଲା। ତେବେ ସମାସିଂହା ଗ୍ରାମର ହିରାବତୀ ପଟେଲ ୨୨/୪/୨୦୧୭ ଦିନ ଇ-ଅଭିଯୋଗ ମାଧ୍ୟମରେ ଓଡଶା ସରକାରଙ୍କୁ ଅବଗତ କରେଇବା ପରେ ସରକାର ଅଭିଯୋଗକୁ ଗୁରୁତରସହ ନେଇ ଉକ୍ତ ସ୍ଥାନରେ ନଳକୁଅଁ କରିବାକୁ ପତ୍ର ସଂଖ୍ୟା ଓଆର୧୫୨/ଇ/୨୦୧୭/୦୦୦୦୪ ମଧ୍ୟମରେ ଆଦେଶ ପ୍ରଦାନ କରିଥିଲା। ଫଳ ସ୍ୱରୁପ ୧ନଂ ଓାର୍ଡରେ ଦୁଇଦିନ ପୂର୍ବେ ୨ ଟି ନଳକୂଅଁ ଖୋଲଯାଇଛି। କଲୋପଡା ଏବଂ ଲୁହୁରାପଡା ବାସିନ୍ଦା ନଳକୁଅଁ ଖୋଲାକୁ ନେଇ ସନ୍ତୋଷ ପ୍ରକଟ କରିଛନ୍ତି। ତାଛଡା ତଳ ସ୍ତରରେ କୌଣସି କଥା ଶୁଣାନଗଲେ ଇ-ଅଭିଯୋଗ ମାଧ୍ୟମରେ ସରକାରଙ୍କୁ ନିଜର ସମସ୍ୟା ଜଣେଇପାରିବାର ପ୍ରକ୍ରିୟା ବିଷୟରେ ଲୋକେ ସଚେତନ ହୋଇପାରିଛନ୍ତି।