Odiapua.com

ସମୀର ମହାନ୍ତି, ଶାରଦା ଶତପଥି କରୋନା ପଜେଟିଭ୍

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ପଜେଟିଭ୍ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏଆଇଏମ୍ଏସ୍)ରେ ଭର୍ତ୍ତି ଭର୍ତ୍ତି କରାଯାଇଛି। ସେହିପରି ରାଜ୍ୟ ବିଜେପିର ପୂର୍ବତନ ସଙ୍ଗଠନ ସମ୍ପାଦକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାରଦା ପ୍ରସାଦ ଶତପଥି ମଧ୍ୟ କରୋନା ପଜେଟିଭ୍ ଚିହ୍ନଟ ହୋଇ AIIMSରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କ ଆଶୁ ଆରୋଗ୍ୟ ପାଇଁ ବିଜେପି କାର୍ଯ୍ୟକର୍ତ୍ତା ମାନେ ପ୍ରାର୍ଥନା କରିଛନ୍ତି। -@DevDr