Odiapua.com

ବିଧାୟକ ଚଲାଇଲେ ଟ୍ରଲି: ବୁହାହେଲେ ସମ୍ବିତ ..

ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ଏବେ ଅନେକ ଗୁଡ଼ିଏ ଜିଲ୍ଲାରେ ବିତ୍ପାତ ସୃଷ୍ଟି କରିଛି। ଲଗାଣ ବର୍ଷା ଯୋଗୁଁ ଅନେକ ଗୁଡ଼ିଏ ନଦୀରେ ବନ୍ୟା ଆସିଛି। ବନ୍ୟା ପ୍ରଭାବିତ ଅନେକ ଗୁଡ଼ିଏ ଗାଁ’ରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଏ’ସବୁ ଭିତରେ ସରକାର ଏବଂ ଜିଲ୍ଲା ପ୍ରଶାସନ ସମେତ ଲୋକ ପ୍ରତିନିଧି, ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ ଏବଂ ବିଭିନ୍ନ ରାଜନୈତିକ ଦଳର ନେତାନେତ୍ରୀ ପାଣି ଘେରକୁ ଯାଇ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି। ସାହାଯ୍ୟ, ସହଯୋଗ ଯେତିକି ଯାହା କରୁଛନ୍ତି, ଫଟୋ ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ୍ ଅଧିକ କରୁଛନ୍ତି। ଗୋଟେ ଗୋଟେ ପୁଡ଼ିଆ ଜଣଙ୍କୁ ଦେଲା ବେଳକୁ ୮/୧୦ ଜଣ ହାତ ଲଗେଇ ଦେଉଛନ୍ତି। ଡଙ୍ଗାରେ ବୁଲି ଫଟୋ ଉଠାଉଛନ୍ତି, କେହି କେହି ସେଲ୍ଫି ନେଇ ଫଟୋ ଛାଡ଼ୁଛନ୍ତି।ଏହା ଭିତରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ପୁରୀ ଜିଲ୍ଲାର ବନ୍ୟା ପ୍ରିପିଡ଼ିତ ଅଞ୍ଚଳକୁ ଯାଇ ବନ୍ୟା ବିପନ୍ନଙ୍କୁ ସାହାଯ୍ୟ ସହଯୋଗ କରୁଛନ୍ତି। ସମ୍ବିତ ମଧ୍ୟ ସାହାଯ୍ୟ ସହଯୋଗ ଯେତିକି କରୁଛନ୍ତି, ଭଲ ଭଲ ପୋଜରେ ଫଟୋ ଉଠାଇ, ଭିଡିଓ ବନାଇ ସୋସିଆଲ୍ ମିଡିଆରେ ସେୟାର କରୁଛନ୍ତି। ଏମିତିରେ କିଛି ଫଟୋ ଦେଖିବାକୁ ମିଳିଛି ଯେଉଁଥିରେ ସମ୍ବିତ ଏକ ଟ୍ରଲି ରିକ୍ସାରେ ବୁହା ହେଉଛନ୍ତି। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଅଣ୍ଟାରେ ଗାମୁଛା ଭିଡ଼ି ଏକ ଟ୍ରଲି ରିକ୍ସା ଚଲାଉଛନ୍ତି। ଯେଉଁଥିରେ ରିଲିଫ୍ ସାମଗ୍ରୀ ରହିଛି ଆଉ ସମ୍ବିତ ଟ୍ରଲିରେ ବସିଛନ୍ତି। ସେବା କାର୍ଯ୍ୟକୁ ନେଇ କେହି କେହି ସମ୍ବିତଙ୍କୁ ପ୍ରଶଂସା କରୁଥିବା ବେଳେ, କେହି କେହି ତାଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରୁଥିବାର ଦେଖିବାଳୁ ମିଳୁଛି।
-/Dr