Odiapua.com

ବିଜେପି ନେତା ସମ୍ବିତ ପାତ୍ରଙ୍କର କରୋନା ଟେଷ୍ଟ ନେଗେଟିଭ୍

ଭୁବନେଶ୍ୱର ୮-୬ (ଓଡ଼ିଆ ପୁଅ) : ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ରବିବାର ଦିନ ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତା ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

ସୂଚନାଯୋଗ୍ୟଯେ, କିଛିଦିନ ତଳେ ସମ୍ବିତଙ୍କ ପାଖରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ କିଛି ଦିନ ବିଶ୍ରାମ ନେବେ ବୋଲି ଜଣାପଡ଼ିଛି। ତାଙ୍କୁ କିଛି ଦିନ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ତେବେ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି।