ମୁମ୍ବାଇ:”ପ୍ରେମ ରତନ ଧନ ପାଇଓ” ପିଲ୍ମର ସଲମାନ ଖାନଙ୍କ କିଶୋରୀ ଭଉଣୀ ଆଶିକା ଭାଟିଆ ଏବେ ପୂରା ହଟ୍।”ପ୍ରେମ ରତନ ଧନ ପାୟୋ” ଫିଲ୍ମରେ ସଲମାନ ଖାନଙ୍କ ଦୁଇ ସାବତ ଭଉଣୀ ଭୂମିକା ମଧ୍ୟରେ ବଡ଼ ଭଉଣୀ ଭୂମିକାରେ ସ୍ୱରା ଭାସ୍କର (ରାଜକୁମାରୀ ଚନ୍ଦ୍ରିକା) ଏବଂ ସାନ ଭଉଣୀ ଭୂମିକାରେ ଆଶିକା ଭାଟିଆ (ରାଜକୁମାରୀ ରାଧିକା) ଅଭିନୟ କରିଥିଲେ।ଫିଲ୍ମଟି ୨୦୧୫ ମସିହାର।ସେଥିରେ କିଶୋରୀ ଭୂମିକାରେ ଅଭିନୟ କରିଥିବା ଆଶିକା ଏବେ ଯବାନ ହୋଇ ଯାଇଛନ୍ତି।ଏବଂ ଭାରି ହଟ୍ ଲାଗୁଛନ୍ତି।
ଆଶିକାଙ୍କୁ ଏବେ ୧୮ ବର୍ଷ।ଗୁଜୁରାଟର ସୁରଟରେ ତାଙ୍କ ଜନ୍ମ।ମାତ୍ର ୯ ବର୍ଷ ବୟସରେ ରାଧିକା ପ୍ରଥମେ ଏନଡି ଟିଭି ଇମେଜର ସିରିଏଲ “ମୀରା”ରେ ଶିଶୁ କଳାକାର ଭାବରେ ଅଭିନୟ କରି ଦର୍ଶକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।
ଏହା ସହ ପପୁଲାର ଟିଭି ସୋ “ପରବରିଶ – କୁଛ ଖଟେ କୁଛ ମିଠେ”ରେ ଗୁନୱାନ୍ତ କୌର ଆଲୁବାଲିଆ (ଗିନ୍ନି) ଭୂମିକାରେ ଅଭିନୟ କରି ଆଶିକା ଦର୍ଶକଙ୍କର ମଧ୍ୟ ଖୁବ୍ ମନ ଜିଣିଥିଲେ।ଏହା ପରେ ସେ ବଲିଉଡରେ “ପ୍ରେମ ରତନ ଧନ ପାୟୋ”ରେ ଅଭିନୟର ସୁଯୋଗ ପାଇଥିଲେ।ଏହାପରେ ଆଶିକା ପୁଣି ଟିଭି ସିରିଏଲକୁ ଫେରିଥିଲେ।ସୋନି ଟିଭିର “କୁଛ ରଙ୍ଗ ପ୍ୟାର କେ ଐସେ ଭି”ରେ ଆଶିକା, ନିକ୍କି ଦୀକ୍ଷିତ ଭୂମିକାରେ ଆସିଲେ।ଏହା ବ୍ୟତୀତ କଲର୍ସ ଟିଭିର “ଏକ ଶୃଙ୍ଗାର – ସ୍ବାଭିମାନ”ରେ ମଧ୍ୟ ଆଶିକା ଅଭିନୟ କରିଛନ୍ତି।//ଦେବଦତ୍ତ
