Odiapua.com

କରୋନା ପାଇଁ ଖେଳାଳିଙ୍କ ମଧ୍ୟରେ ସଚ୍ଚିନ୍ ତେନ୍ଦୁଲକରଙ୍କର ସବୁଠାରୁ ଅଧିକ ବ୍ୟକ୍ତିଗତ ଦାନ – ୫୦ ଲକ୍ଷ ଟଙ୍କା ଦାନ କଲେ

ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ସଚିନ ତେନ୍ଦୁଲକର ସରକାରଙ୍କୁ କରୋନାଭାଇରସ୍ ସହିତ ଲଢ଼େଇ ପାଇଁ ବ୍ୟକ୍ତିଗତ ଭାବେ ୫୦ ଲକ୍ଷ ଟଙ୍କା ଦାନ କରିବେ।

ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ ଏବଂ ସିଏମ୍ ରିଲିଫ୍ ଫଣ୍ଡକୁ ତେନ୍ଦୁଲକର ୨୫ ଲକ୍ଷ ଟଙ୍କା ଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ। କିନ୍ତୁ ଏବେ ସେ ୫୦ ଲକ୍ଷଟଙ୍କା ଦାନ କରିବେ।

ଏ ପର୍ଯ୍ୟନ୍ତ ଭାରତର ଯେ କୌଣସି କ୍ରୀଡ଼ାବିତ୍ ଙ୍କ ଦ୍ୱାରା ଦିଆଯାଇଥିବା ଦାନ ତୁଳନାରେ ତେନ୍ଦୁଲକରଙ୍କ ଏହି ବ୍ୟକ୍ତିଗତ ଦାନ ସବୁଠାରୁ ବଡ ଅଟେ।

ଭାରତରେ ମାରାତ୍ମକ COVID-19 ଦ୍ୱାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୦୦ ରୁ ଅଧିକ ହୋଇଥିବା ବେଳେ ୧୯ ଜଣଙ୍କର ମୃତ୍ୟୁ ଘଟିଛି।
ବିଶ୍ୱ ସ୍ତରରେ ଏହା ୫, ୨୨, ୦୦୦ ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି ଏବଂ ୨୮, ୮୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି।

ତେନ୍ଦୁଲକରଙ୍କ ପୂର୍ବରୁ ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିୟନ ପି.ଭି ସିନ୍ଧୁ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, କ୍ରିକେଟର ଇରଫାନ ପଠାନ ଏବଂ ୟୁସୁଫ ପଠାନ, ଏମଏସ ଧୋନି, ରେସଲର ବଜରଙ୍ଗ ପୁର୍ଣ୍ଣିଆ, ସ୍ପ୍ରିଣ୍ଟର ହିମା ଦାସ କରୋନାଭାଇରସ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିଛନ୍ତି।

ସିନ୍ଧୁ ୧୦ ଲକ୍ଷ ଟଙ୍କା ଦାନ କରିଥିବାବେଳେ ପଠାନ ଭାଇ ବରୋଦା ପୋଲିସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ୪, ୦୦୦ ମାସ୍କ ଦେଇଥିଲେ। ଭାରତର ପୂର୍ବତନ ଅଧିନାୟକ ଧୋନି ଏକ ଏନଜିଓ ମାଧ୍ୟମରେ ୧ ଲକ୍ଷ ଟଙ୍କାର ପ୍ରତିଶ୍ରୁତି ଦେଇଥିବାବେଳେ ପୁନିଆ ତାଙ୍କର ଛଅ ମାସର ଦରମା ପ୍ରଦାନ କରିବେ।

ଗାଙ୍ଗୁଲି ଏକ କମ୍ପାନୀ ସହଭାଗିତାରେ କରୋନାଭାଇରସ୍ ବିସ୍ତାରର ପ୍ରଭାବକୁ ହ୍ରାସ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଲଗାଯାଇଥିବା ଲକଡାଉନ୍ ପ୍ରଭାବିତ ଲୋକମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କା ମୂଲ୍ୟର ଚାଉଳ ଯୋଗାଇ ଦେବେ ବୋଲି ଜଣାପଡ଼ିଛି।