Odiapua.com

ବଲିଉଡ୍ ଅଭିନେତ୍ରୀ ଶବାନା ଆଜମୀ ସଡ଼କ ଦୁର୍ଘଟଣାରେ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୂଆ ଦିଲ୍ଲୀ ୧୮-୧ (ଓଡ଼ିଆ ପୁଅ) ବଲିଉଡ ଅଭିନେତ୍ରୀ ଶବାନା ଆଜମୀ ସଡ଼କ ଦୁର୍ଘଟଣାରେ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। କୁହାଯାଉଛି କି ତାଙ୍କ କାର ମୁମ୍ବାଇ-ପୁଣେ ହାଇୱେରେ ଖାଲାପୁର ନିକଟରେ ଥିବା ଏକ ଟ୍ରକ ସହିତଧକ୍କା ହେବା ପରେ ଶବାନା ଗୁରୁତ୍ତର ଆହତ ହୋଇଛନ୍ତି।

ତାଙ୍କର ଡ୍ରାଇଭର ମଧ୍ୟ ଦୁର୍ଘଟଣାରେ ଆହତ ହୋଇଛି। କାରରେ ଜାବେଦ ଅଖତାର ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ସେ ସୁରକ୍ଷିତ ଅଛନ୍ତି। ପୁଣେରୁ ମୁମ୍ବାଇ ଆସୁଥିବା ସମୟରେ ତାଙ୍କର କାର ଏକ ଟ୍ରକ ସହ ଧକ୍କା ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଏମ. ଜି. ଏମ. ହସ୍ପିଟାଲରେ ଭର୍ତ୍ତି କରାଯାଇଛି।