Odiapua.com

ସୋସିଆଲ ମିଡ଼ିଆରେ ‘ସାହୋ’ ଭାଇରାଲ

ନୂଆଦିଲ୍ଲୀ, ୨୩ା୭, (ଓଡିଆ ପୁଅ/ପଙ୍କଜିନୀ ନାୟକ) : ବାହୁବଳୀ ଷ୍ଟାର ପ୍ରଭାସଙ୍କ ଆଗାମୀ ସିନେମା ‘ସାହୋ’ର ନୂଆ ପୋଷ୍ଟର ରିଲିଜ ହୋଇଛି। ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଥିଵା ଦେଖିବାକୁ ମିଳିଛି। ଏହି ସିନେମାରେ ପ୍ରଥମଥର ପାଇଁ ପ୍ରଭାସଙ୍କ ସହ ଶ୍ରଦ୍ଧା କପୂର ନଜର ଆସିବେ। ତେବେ ଆଜି ତରଣ ଆଦର୍ଶ ନିଜର ଟ୍ୱିଟର ଆକାଉଣ୍ଟରେ ଏହି ପୋଷ୍ଟରକୁ ଶେୟାର କରିଛନ୍ତି, ଯେଉଁଥିରେ ପ୍ରଭାସ ଓ ଶ୍ରଦ୍ଧା ନଜର ଆସିଛନ୍ତି। ପୋଷ୍ଟରଟି ଖୁବ୍ ଆକର୍ଷଣୀୟ ହୋଇଥିବା ବେଳେ ଦର୍ଶକେ ମଧ୍ୟ ଏହାକୁ ବେଶ୍ ପସନ୍ଦ କରିଛନ୍ତି।

ତେବେ ପ୍ରଭାସଙ୍କ ‘ସାହୋ’ ୧୫ ଅଗଷ୍ଟକୁ ବଡ ପରଦରାରେ ମୁକ୍ତି ଲାଭ କରିଥାନ୍ତା, କିନ୍ତୁ ସିନେମାର ରିଲିଜ ସମୟ ଆଗକୁ ବଢିଯାଇଛି। ଅନ୍ୟପଟେ ୧୫ ଅଗଷ୍ଟରେ ବଲିଉଡ ଖିଲାଡ଼ି ଅକ୍ଷୟ କୁମାର ଓ ଜନ୍ ଆବ୍ରାହିମଙ୍କ ୨ଟି ସିନେମା ରିଲିଜ ହେବାକୁ ଥିବାରୁ ଅଗଷ୍ଟ ୩୦ରେ ‘ସାହୋ’ ରିଲିଜ ହେବ ବୋଲି ସୂଚନା ମିଳିଛି।