ବର୍ଷ ବର୍ଷ ଧରି ଭ୍ଲାଦିମର ପୁଟିନ୍ ନାଟୋର ବିସ୍ତାରକୁ ଏକ ବିପଦ ଭାବରେ ଦେଖି ଆସୁଛନ୍ତି। କାରଣ ଏହା ଅନେକ ପୂର୍ବତନ ସୋଭିଏତ୍ ଦେଶ ଗୁଡ଼ିକୁ ଏକତ୍ର କରିଛି। ଯଦିଓ ୟୁକ୍ରେନ ନାଟୋର ସଦସ୍ୟ ହୋଇ ନାହିଁ କିମ୍ବା ଆଗତ ଭବିଷ୍ୟତରେ ହେଲା ଭଳି ସମ୍ଭାବନା ମଧ୍ୟ ନାହିଁ, ଋଷ ଚାହୁଁଛି ଯେ ଏହା କୌଣସି ଦିନ କାର୍ଯ୍ୟରତ ନହେଉ। ଗତ କିଛି ବର୍ଷ ଧରି ୱେଷ୍ଟର୍ନ ଆଳିଆନ୍ସ ନାଟୋରେ, ୟୁକ୍ରେନର ସଦସ୍ୟତାର ସମ୍ଭାବନାକୁ ବହୁ ଦୂରକୁ ଠେଲି ଦେଇଛନ୍ତି। କିନ୍ତୁ, ସେହି ସିଦ୍ଧାନ୍ତକୁ ଖୋଲା ରଖିବା ଦ୍ୱାରା ସେମାନଙ୍କ ବିଶ୍ବାସ ୟୁକ୍ରେନର ବୈଦେଶିକ ନୀତି ଉପରେ ଋଷର କୌଣସି ଭିଟୋ ନାହିଁ କାରଣ ୟୁକ୍ରେନ ଏକ ସମ୍ପୂର୍ଣ୍ଣ ସ୍ୱାଧୀନ ରାଷ୍ଟ୍ର ଅଟେ। ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍ କହିଛନ୍ତି ଯଦି ୟୁକ୍ରେନ ନାଟୋର ସଦସ୍ୟତା ନିଏ ତାହାଲେ, ଏହା ଆମେରିକା ଏବଂ ନାଟୋ ସୈନ୍ୟଙ୍କୁ ସିଧାସଳଖ ଋଷ ସୀମା ଅଞ୍ଚଳରେ ଅବସ୍ଥିତ କରିବା। ଯାହା ଋଷର ସୁରକ୍ଷା ସ୍ୱାର୍ଥକୁ କ୍ଷୁର୍ଣ୍ଣ କରିବ। ଭ୍ଲାଦିମିର ପୁଟିନ୍ ବିଶ୍ୱାସ କରନ୍ତି ଯେ ୟୁକ୍ରେନ ସହିତ ସଙ୍ଗଠିତ ଭାବେ ରୁଷ ଏକ ସାମ୍ରାଜ୍ୟ, ସମ୍ଭବତଃ ଏକ ମହାଶକ୍ତି ମଧ୍ୟ ହୋଇପାରିବ।
– ସୁଚରୀତା ଜେନାମଣି
ରାଜ୍ୟ ମିଡିଆ ସେଲ୍ ପ୍ରଭାରୀ
ବିଜେପି (ମହିଳା ମୋର୍ଚ୍ଚା, ଓଡ଼ିଶା)