Odiapua.com

ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇପାରିବନି ଋଷ -ଦୁଇ ବର୍ଷ ପ୍ରତିବନ୍ଧକ ଲାଗିଲା

ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) ଗୁରୁବାର ଦିନ ହୋଇଥିବା ଏକ ନିଷ୍ପତ୍ତିରେ ଖେଳର ସବୁଠାରୁ ବଡ ଦେଶ ଋଷ ଉପରେ ଦୁଇ ବର୍ଷର ପ୍ରତିବନ୍ଧକ ଲଗାଇଛନ୍ତି। ଋଷ ଆଉ ଟୋକିଓ ଅଲିମ୍ପିକ୍ସ ଏବଂ ୨୦୨୨ ବେଜିଂ ଶୀତକାଳୀନ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବ ନାହିଁ। ଋଷ ଡୋପିଂ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ତଥାପି, ଯେଉଁ ଖେଳାଳିମାନେ ଡୋପିଂରେ ଜଡିତ ନୁହଁନ୍ତି ସେମାନେ ସ୍ୱାଧୀନ ଭାବରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ।