Odiapua.com

ରୋହିତ ଶର୍ମା ହେଲେ ODI କ୍ୟାପଟେନ

ନୂଆ ଦିଲ୍ଲୀ ୮ -୧୨ (ଓଡ଼ିଆ ପୁଅ) ରୋହିତ ଶର୍ମାଙ୍କୁ ODI ଏବଂ T20 ଦଳର କ୍ୟାପଟେନ ଭାବରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଚୟନକର୍ତ୍ତା। ଏ ନେଇ BCCI ସୂଚନା ଦେଇଛି।

ଏତଦ୍ ବ୍ୟତୀତ ରୋହିତ୍ ଙ୍କୁ ଟେଷ୍ଟ ଟିମ୍‌ରେ ଉପ ଅଧିନାୟକ ଚୟନ କରାଯାଇଥିବା BCCI ସୂଚନା ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ବୁଧବାର ଭାରତୀୟ ଦଳର ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ୍ ଦଳ ଡିସେମ୍ବର ୨୬ ଅର୍ଥାତ ବକ୍ସିଂ ଡେରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍‌ର ପ୍ରଥମ ମ୍ୟାଚ୍ ଖେଳିବ।
BCCI ପକ୍ଷରୁ ଟେଷ୍ଟ ଦଳରେ
ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), କେ.ଏଲ୍ ରାହୁଲ, ମାୟାଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଶ୍ରେୟସ୍ ଆୟର୍, ହନୁମା ବିହାରୀ, ଋଷଭ ପନ୍ତ (wk), ରିଦ୍ଧିମାନ ସାହା (wk), ଆର ଅଶ୍ୱିନ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ମୋହମ୍ମଦ୍ ଶାମି, ଉମେଶ ଯାଦବ, ଜସପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର, ଏମ. ସିରାଜ ଅନ୍ତର୍ଭୁକ୍ତ।

ଖରାପ ଫର୍ମ ପାଇଁ ଅଜିଙ୍କ ରାହାଣେଙ୍କୁ ଟେଷ୍ଟ ଟିମର ଭାଇସ୍ କ୍ୟାପଟେନ୍ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ରୋହିତଙ୍କୁ ଭାଇସ୍- କ୍ୟାପଟେନ୍ କରାଯାଇଛି। ଟେଷ୍ଟ ସିରିଜ୍ ପାଇଁ ଆଜି ଭାରତ ୧୮ ଜଣିଆ ସ୍କ୍ୱାଡର ଘୋଷଣା କରାଯାଇଛି।