Odiapua.com

ଆରଜେଡି ଦି’ ଫାଳ!ବିଚରା ଲାଲୁ ଜେଲରେ

ପାଟଣା:ନିର୍ବାଚନ ଲଢ଼େଇ ପୂର୍ବରୁ ମହାମେଣ୍ଟର ଏକ ବଡ଼ ସହଯୋଗୀ ଦଳ ଆରଜେଡି ଦୁଇ ଫାଳ ହୋଇ ଯାଇଛି।ଛାତ୍ର ସଂରକ୍ଷକ ପଦରୁ ତେଜ ପ୍ରତାପ ଯାଦବ ଇସ୍ତଫା ଦେଇଛନ୍ତି।ଏହା ସହ ସେ ଟ୍ୱିଟ କରିଛନ୍ତି, “ପିଲା ସେହିମାନେ ଯିଏ ମତେ ପିଲା ଭାବୁଛନ୍ତି।କିଏ କେତେ ପାଣିରେ ସମସ୍ତଙ୍କ ଖବର ମୋ ପାଖରେ”।ଲାଲୁ ଏଣେ ଜେଲରେ ଅଛନ୍ତି।ପରିବାର ଭିତରେ ଏବେ ଭୀଷଣ ଅନ୍ତର୍ଦ୍ୱନ୍ଦ ଲାଗି ରହିଛି।କିଛି ଦିନ ତଳେ ଲାଲୁଙ୍କ ଝିଅ ମିଶା ଭାରତୀଙ୍କୁ ଷ୍ଟାର ପ୍ରଚାରକ ଦାୟିତ୍ବରୁ ହଟାଇବା ନେଇ ବିବାଦ ହୋଇଥିଲା।ଦୁଇ ଭାଇ ତେଜସ୍ୱୀ,ତେଜ ପ୍ରତାପ,ଭଉଣୀ ମିଶା ଆଦିଙ୍କ ଭିତରେ ଟିକେଟ ବଣ୍ଟନକୁ ନେଇ ବିବାଦ ସୃଷ୍ଟି ହୋଇଛି।ପ୍ରତ୍ୟେକ ନିଜ ନିଜ ପସନ୍ଦର ଲୋକଙ୍କୁ ଟିକେଟ ଦେବାକୁ ଚାହୁଁଛନ୍ତି//ଦେବଦତ୍ତ ରଥ