ହେଡିଂଲି: ବିଶ୍ବକପ୍ରେ ଶନିବାର ଦୁଇ ପଡ଼ୋଶୀ ଆଫ୍ଗାନିସ୍ଥାନ ଏବଂ ପାକିସ୍ଥାନ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା।ଏହି ମ୍ୟାଚ୍ ସମୟରେ ଷ୍ଟାଡିୟମ୍ ବାହାରେ ଏବଂ ଭିତରେ ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଜବରଦସ୍ତ ଗଣ୍ଡଗୋଳ ଘଟିଛି।ମ୍ୟାଚ୍ ଆରମ୍ଭରୁ ଆଫ୍ଗାନିସ୍ତାନ ଓ ପାକିସ୍ତାନ ସମର୍ଥକଙ୍କ ମଧ୍ୟରେ ଷ୍ଟାଡିୟମ୍ ବାହାରେ ସଂଘର୍ଷ ଘଟିଥିବା ବେଳେ ପରେ ଏହା ଷ୍ଟାଡିୟମ୍ ମଧ୍ୟରେ ମଧ୍ୟ ଘଟିଥିଲା।ମ୍ୟାଚ୍ ଦେଖିବାକୁ ଟିକଟ ପାଇବାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା। ମ୍ୟାଚ୍ ଆରମ୍ଭହେବାର ଯଥେଷ୍ଟ ପୂର୍ବରୁ ଆଫ୍ଗାନିସ୍ତାନ ଓ ପାକିସ୍ତାନର ସମର୍ଥକ ଷ୍ଟାଡିୟମ୍ ବାହାରେ ମୁହାଁମୁହିଁ ହୋଇଥିଲେ। ଉଭୟ ଦେଶର ସମର୍ଥକ ମାର୍ପିଟ ହୋଇଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା।ତେବେ ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା।
https://twitter.com/MurtazaViews/status/1145016003849408512?s=19
#WATCH: A scuffle breaks out between Pakistan and Afghanistan fans outside Headingley Cricket Ground in Leeds after an aircraft was flown in the area which had 'Justice for Balochistan' slogan. Leeds air traffic will investigate the matter. pic.twitter.com/mN8yymQOP5
— ANI (@ANI) June 29, 2019
ବିଶ୍ବକପ୍ ପରି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଚାଲିଥିବା ବେଳେ ଷ୍ଟାଡିୟମ୍ ଉପରେ ରାଜନୈତିକ ତଥା ବିବାଦୀୟ ବାର୍ତ୍ତା ଥାଇ ଏପରି ବିମାନ କିପରି ଉଡ଼ିଲା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।ବ୍ରିଟିଶ୍ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।ସୂଚନାଯୋଗ୍ୟ ଗତ କିଛିବର୍ଷ ହେଲା ବେଲୁଚିସ୍ତାନକୁ ନେଇ ଆଫ୍ଗାନିସ୍ଥାନ ଏବଂ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି।ସ୍ବାଧୀନତା ପାଇଁ ବେଲୁଚିସ୍ତାନର ବାସିନ୍ଦା ପାକିସ୍ତାନ ସହ ଲଢ଼େଇ କରୁଥିବା ବେଳେ ସେମାନଙ୍କୁ ଆଫ୍ଗାନିସ୍ତାନ ସମର୍ଥନ କରୁଛି।ଏହି ଉତ୍ତେଜନା ଏବେ ବିଶ୍ବକପ୍ରେ ପହଞ୍ଚିଛି।//ଦେବଦତ୍ତ