Odiapua.com

ସୁଶାନ୍ତ ସିଂ ମୃତ୍ୟୁ ମାମଲା : ରିୟା ଚକ୍ରବର୍ତ୍ତୀ ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ, ଅଧିକ ସମୟ ଦେବାକୁ ମନାକରିଥିଲା ଇଡି

ନୂଆଦିଲ୍ଲୀ, ୦୭ ଅଗଷ୍ଟ (ଓଡ଼ିଆ ପୁଅ) ସିବିଆଇ ଏବଂ ଇଡି ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ଇଡି ଅଗଷ୍ଟ ୭ ରେ ରିୟା ଚକ୍ରବର୍ତ୍ତୀଙ୍କୁ ଡାକିଥିଲେ। କିନ୍ତୁ ରିୟା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ନହେବାକୁ ନିବେଦନ କରିଥିଲେ। ଏହି ଆବେଦନକୁ ଇଡି ପ୍ରତ୍ୟାଖ୍ୟାନ କରିଥିଲା। ଏହା ପରେ ରିୟାଙ୍କୁ ହାଜର ହେବାକୁ ପଡିଛି।

ସୁପ୍ରିମକୋର୍ଟର ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ତାଙ୍କ ବିବୃତ୍ତି ରେକର୍ଡ କରାଯିବା ଉଚିତ ନୁହେଁ ବୋଲି ରିୟା ଆବେଦନ କରିଥିଲେ। ରିୟାଙ୍କ ହ୍ୱାସ୍ ଆପ୍‌ରେ ଇଡି ସମନ ପାଇଥିଲେ ଏବଂ ଅଭିନେତ୍ରୀ ଏହାର ଉତ୍ତର ମେଲ୍‌ରେ ଦେଇଥିଲେ। ବ୍ରତ୍ତମାନ ରିୟାଙ୍କ ଆବେଦନକୁ ଇଡି ପ୍ରତ୍ୟାଖ୍ୟାନ କରିବା ପରେ ଏବେ ରିୟାଙ୍କୁ ହାଜର ହେବାକୁ ପଡ଼ିଛି।

ଇଡିରେ କାହିଁକି
ସିବିଆଇ ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ କରୁଛି। ଏହାପୂର୍ବରୁ ମୁମ୍ବାଇ ପୋଲିସର ତଦନ୍ତ ବେଳେ ଇଡି ତଦନ୍ତ ଆରମ୍ଭ କରିଥିଲା। ଇଡି ସନ୍ଦେହ କରୁଛି ଯେ, ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ରିୟା ଏବଂ ତାଙ୍କ ଭାଇଙ୍କ ମାଧ୍ୟମରେ ଟଙ୍କା କାରବାର ହୋଇଛି। ଇଡି ମୁମ୍ବାଇରେ ରିୟାଙ୍କ ଫ୍ଲାଟକୁ ମଧ୍ୟ ସନ୍ଦେହ ନଜରରେ ଦେଖୁଛି। ଏହି କାରଣରୁ, ଇଡି ରିୟା ଏବଂ ତାଙ୍କ ଭାଇଙ୍କୁ ପଚରାଉଚରା ପାଇଁ ଡାକିଛି।

ବିହାର ସରକାର ଏସସିରେ ଆଫିଡେଭିଟ୍ ଦାଖଲ କରିଛନ୍ତି, ଏଥିରେ ରିୟାଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି
ସୁଶାନ୍ତ ସିଂଙ୍କ ପିତା ରିୟାଙ୍କ ବିରୋଧରେ ପାଟନାରେ ପୋଲିସ ଆଗରେ ଅନେକ ଅଭିଯୋଗ କରିଥିଲେ। ଅଭିଯୋଗ ମଧ୍ୟରୁ ଗୋଟିଏ ହେଉଛି ଟଙ୍କା କାରବାର ବିଷୟରେ। ସେ ଦାବି କରିଥିଲେ ଯେ, ସୁଶାନ୍ତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା, ସେଥିମଧ୍ୟରୁ ୧୫ କୋଟି ଟଙ୍କା କୁଆଡ଼େ ଉଭାନ ହୋଇଯାଇଛି।

ରିୟାଙ୍କ ସହ ତାଙ୍କ ଭାଇଙ୍କୁ ପଚରାଉଚରା ପ୍ରକ୍ରିୟା ଆରମ୍ଭ କରିଛି ଇଡି। ଏଥିରେ ରିୟାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ମଧ୍ୟ ଜଡିତ ଥିବା ସନ୍ଦେହ କରାଯାଉଛି। ଏହା ପୂର୍ବରୁ ଜଣାଯାଇଛି ଯେ ରିୟାଙ୍କ ଭାଇ ସୁଶାନ୍ତ ସିଂ ରାଜପୁତଙ୍କ ସହ ଦୁଇଟି କମ୍ପାନୀରେ ଜଡିତ ଥିଲେ।