Odiapua.com

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ଵ ?

ଭୁବନେଶ୍ୱର, ୦୩/୦୮(ଓଡିଆ ପୁଅ/ପଙ୍କଜିନୀ ନାୟକ): ଆଜି ଆଇଏଏସ( IAS) ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।

ନିରଞ୍ଜନ ସାହୁଙ୍କୁ ଶ୍ରମ କମିଶନର କରିବା ସହ ସଂଗ୍ରାମଜିତ୍ ନାୟକଙ୍କୁ ବିଏମସି ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର।

ସେହିପରି ସୁଶାନ୍ତ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ସହ ଏନ୍ .ତିରୁମାଲା ନାୟକଙ୍କୁ ମତ୍ସ୍ୟ ନିର୍ଦ୍ଦେଶକ, ଡକ୍ଟର ପୋମା ଟୁଡୁଙ୍କୁ ନୟାଗଡ ଜିଲ୍ଲାପାଳ, ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କୁ ଗଞ୍ଜାମ ଉପଜିଲ୍ଲାପାଳ ଓଓ ମଧୁସୂଦ ମିଶ୍ରଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି।