ଆଜି ରୋଜ୍ ଡେ’ (ଗୋଲାପ ଦିବସ)। ଆଜିଠୁ ଆରମ୍ଭ ଭାଲେଣ୍ଟାଇନ୍ ଉଇକ୍। ଫେବୃୟାରୀ ୭ ତାରିଖରୁ ରୋଜ୍ ଡେ’ରୁ ଆରମ୍ଭ ହୋଇ ଫେବୃୟାରୀ ୧୪ ତାରିଖ ଭାଲେଣ୍ଟାଇନ ଡେ” ପର୍ଯ୍ୟନ୍ତ ଚାଲେ ଭାଲେଣ୍ଟାଇନ ଉଇକ୍। ପ୍ରଥମେ ଫେବୃୟାରୀ ୧୪ ତାରିଖରେ ଭାଲେଣ୍ଟାଇନ ଡେ” ପାଳନ କରାଯାଉଥିଲା। ପରେ ଏବେ ସପ୍ତାହ ଧରି ପାଳନ କରାଯାଇଛି ଭାଲେଣ୍ଟାଇନ୍ ଉଇକ୍ (ପ୍ରେମର ସପ୍ତାହ)।
କେଉଁ ଦିନ କ’ଣ –
ଫେବୃୟାରୀ ୮ : ପ୍ରପୋଜ୍ ଡେ’
ଫେବୃୟାରୀ ୯ : ଚକୋଲେଟ୍ ଡେ’
ଫେବୃୟାରୀ ୧୦ :ଟେଡି ଡେ’
ଫେବୃୟାରୀ ୧୧ : ପ୍ରମିଜ୍ ଡେ’
ଫେବୃୟାରୀ ୧୨ : ହଗ୍ ଡେ’
ଫେବୃୟାରୀ ୧୩ : କିସ୍ ଡେ’
ଫେବୃୟାରୀ ୧୪ : ଭାଲେଣ୍ଟାଇନ୍ ଡେ’
୭ ତାରିଖ ରୋଜ ଡେ’ରେ ଗୋଲାପ ଫୁଲ ପ୍ରଦାନ କରି ନିଜର ଭାବ ପ୍ରକାଶ କରିବାର ଦିନ ହୋଇଥାଏ। ୮ ତାରିଖ ପ୍ରପୋଜ୍ ଡେ’ ଭାବନା ବ୍ୟକ୍ତ/ସୂଚିତ କରିବାର ଦିନ ହୋଇଥାଏ। ୯ ତାରିଖରେ ପ୍ରେମୀ ଯୁଗଳ ଚକୋଲେଟ୍ ଆଦାନ ପ୍ରଦାନ କରୁଥିବା ବେଳେ,୧୦ ତାରିଖ ଟେଡି ଡେ’ରେ ଟେଡି ଉପହାର ଦେଇଥାଆନ୍ତି। ୧୧ ତାରିଖରେ ପ୍ରମିଜ୍ ଡେ’ରେ ଉଭୟ ଉଭୟଙ୍କୁ ପ୍ରତିଶ୍ରୁତି ଦେଇଥାଆନ୍ତି,କେହି କାହାରିକୁ ନ’ ଛାଡ଼ିବାର ପ୍ରତିଜ୍ଞା କରି ଥାଆନ୍ତି। ୧୨ ତାରିଖରେ ହଗ୍ ଡେ’ରେ ପରସ୍ପରକୁ ଆଲିଙ୍ଗନ କରିବାର ଦିନ ହୋଇଥିବା ବେଳେ ୧୩ ତାରିଖ କିସ୍ ଡେ’। ଉଭୟ ଉଭୟଙ୍କୁ କିସ୍ (ଚୁମ୍ବନ) କରିଥାଆନ୍ତି। ଶେଷରେ,୧୪ ତାରିଖ ଭାଲେଣ୍ଟାଇନ ଡେ’।
ଭାଲେଣ୍ଟାଇନ୍ ଡେ’ ପଛର କାହାଣୀ –
ବିରୋଧ –
ପାଶ୍ଚାତ ଦେଶ ଗୁଡ଼ିକରେ ଏହା କେବେଠାରୁ ପାଳନ ହୋଇ ଆସୁଥିବା ବେଳେ ଭରତରେ ଏହା ଏହି କିଛି ବର୍ଷ ହେଲା ପ୍ରବେଶ କରିଛି। ଏହା ଏକ ଅପସଂସ୍କୃତି କହି ଦେଶରେ ବିଭିର୍ଣ୍ଣ ସ୍ଥାନରେ ବିଭିର୍ଣ୍ଣ ହିନ୍ଦୁ ସଙ୍ଗଠନ ଏହାକୁ ବିରୋଧ କରି ଆସୁଛନ୍ତି। କେଉଁଠି ପାର୍କ ଉପରେ ପ୍ରେମୀ ଯୁଗଳଙ୍କ ଉପରେ ଆକ୍ରମଣ କରୁଛନ୍ତି ତ’ କେଉଁଠି ସେମାନଙ୍କର ଅଭିଭାବକଙ୍କୁ ଡକାଇ ଜୋର ଜବରଦସ୍ତ ବିବାହ କରାଉଛନ୍ତି। କେଉଁଠି କେଉଁଠି ଭାଲେଣ୍ଟାଇନ୍ ଉପହାର ବିକ୍ରି କରୁଥିବା ଦୋକାନ ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି। ଅନେକ ସମୟରେ ଏହାକୁ ନେଇ ଅପ୍ରୀତିକର ତଥା ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ଭାଲେଣ୍ଟାଇନ୍ ଡେ’ ଦିବସ ପାଳନ କରାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେମାନଙ୍କର ମତ। ପାଶ୍ଚାତ ସଂସ୍କୃତି ମୋହରେ ପଡ଼ି ଯୁବପିଢ଼ି ଆଜି ପଥ ଭ୍ରଷ୍ଟ ହେଉଛନ୍ତି। ପ୍ରେମକୁ ବିରୋଧ କରାଯାଉନି। କିନ୍ତୁ ଏ’ ଦିବସର କିଛି ମାନେ ହିଁ ନାହିଁ। ବିବାହ ସମୟରେ ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ବୁଲି ଜନ୍ମ ଜନ୍ମାନ୍ତରର ସାଥୀ ହେବାର ପ୍ରତିଜ୍ଞା କରିବାଠାରୁ,ଏ ଭାଲେଣ୍ଟାଇନ୍ ଡେ’ କ’ଣ ବଡ଼ ବୋଲି ସେମାନଙ୍କର ପ୍ରଶ୍ନ। ମୌଳବାଦୀ ମୁସଲିମ ସଙ୍ଗଠନ ଗୁଡ଼ିକ ମଧ୍ୟ ଭାଲେଣ୍ଟାଇନ୍ ଡେ” ପାଳନକୁ ବିରୋଧ କରନ୍ତି।
ସମର୍ପିତ ଜୀବନର ଶୁଦ୍ଧ ପରିଭାଷା ହେଲା ପ୍ରେମ ..
ପ୍ରେମ ମାନବ ଜୀବନର ସାରବସ୍ତୁ। ପ୍ରେମ ହିଁ ମାନବ ଜୀବନର ଲକ୍ଷ୍ୟ, ଅଥବା ପ୍ରକୃତ ଜୀବନ। ଯେଉଁଠାରେ ପ୍ରେମ, ସେହିଠାରେ ଜ୍ଞାନ ଓ ପବିତ୍ରତା। ସେହିଠାରେ ବାଧ୍ୟତା ଓ କର୍ତ୍ତବ୍ୟ ନିଷ୍ଠା। ପ୍ରେମ ମାନବ ହୃଦୟକୁ ଭେଦାଭେଦ ଶୂନ୍ୟ କରେ, ସ୍ୱାର୍ଥ ବିବର୍ଜିତ କରେ, ଆତ୍ମ- ବିସ୍ମୃତ କରେ। ପ୍ରେମରେ ଛୋଟବଡ଼ ନାହିଁ, ‘ମୁଁ’ ‘ତୁ’ ନାହିଁ। ପ୍ରେମ ବିନା ପ୍ରକୃତ ମନୁଷ୍ୟତ୍ୱ ଅସମ୍ଭବ। ପ୍ରେମଶୂନ୍ୟ ହୃଦୟ ପ୍ରେତ ପିଶାଚର ଲୀଳାଭୂମି। ଯାହା ଇନ୍ଦ୍ରିୟ ଶକ୍ତି ଜଡ଼ିତ ବା ସୁଖ ଲାଳସା ପ୍ରସୂତ ତାହା ପ୍ରେମ ନାମର ଯୋଗ୍ୟ ନୁହେଁ। ତାହା ଅସ୍ଥାୟୀ, ସୁଖର ଆଶା ଶେଷ ହେଲେ ତାହାର ଅସ୍ତିତ୍ୱ ପ୍ରାୟ ବିଲୁପ୍ତ ହୁଏ ସେ କେବଳ ସୁଖର ସ୍ଥାନ ଖୋଜି ବୁଲେ। ଯେଉଁ ପ୍ରେମ ମନୁଷ୍ୟ ହୃଦୟରେ ଦେବଭାବ ବିକଶିତ କରେ, ତାହାକୁ ଅନନ୍ତ ଲକ୍ଷ୍ୟପଥରେ ଅଗ୍ରସର କରେ, ତାହା ହିଁ ପ୍ରକୃତ ପ୍ରେମ। ଦୁନିଆର ସବୁ ବନ୍ଧନର ପ୍ରେମରୁ ହୁଏ ଆରମ୍ଭ। ପ୍ରେମ ଥିଲେ ଜୀବନରେ ଖୁସି ଥାଏ। ପ୍ରେମକୁ ପ୍ରତିପାଦନ କରିବାକୁ କୌଣସି ସମୟ ବା ମୁହୂର୍ତ୍ତ ଦେଖାଯାଏନି। ବିନା କହିବାରେ ପ୍ରେମ ହୋଇଯାଇ ଥାଏ। ପ୍ରେମ ଅନୁଭବର ଏମିତି ଏକ ସମୁଦ୍ର ଯେଉଁଠି ଯେତେ ବଡ଼ ତୋଫାନ ଆସିଲେ ବି, କାହାର କ୍ଷତି କରାଇ ପାରେନାହିଁ। ଯାହା ଆଗରେ ଦୁନିଆ ହାରିଯାଏ, ତାହା ପ୍ରେମ.. ହାରିବା ଭିତରେ ଯିଏ ଜିତିବା ଦେଖେ, ତାହା ପ୍ରେମ.. ସମର୍ପିତ ଜୀବନର ଶୁଦ୍ଧ ପରିଭାଷା ହେଲା ପ୍ରେମ।
/- ଦେବଦତ୍ତ ରଥ