ନୂଆ ଦିଲ୍ଲୀ ୫-୨ (ଓଡ଼ିଆ ପୁଅ) ବ୍ୟାଙ୍କ ଖାତାରେ ସାଧାରଣ ଲୋକଙ୍କର ଜମାରାଶିକୁ ସୁରକ୍ଷିତ ରଖିବାପାଇଁ କେନ୍ଦ୍ର ସରକାର ସରକାର ୫ ଦିନରେ ଦ୍ୱିତୀୟ ବଡ଼ ନିଷ୍ପତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ ଏବେ RBI ହିଁ ଦେଶର କୋ-ଅପରେଟିଭ୍ ବ୍ୟାଙ୍କଗୁଡ଼ିକୁ ରେଗ୍ୟୁଲେଟ କରିବ।
ଆପଣଙ୍କୁ କୁହାଯାଇପାରେଯେ, ନିକଟରେ ସାମନାକୁ ଆସିଥିବା ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ପରେଟିବ ବ୍ୟାଙ୍କ ସଂକଟ (PMC Bank) ପରେ ସରକାରଙ୍କୁ ଏମିତି ପଦକ୍ଷେପ ଉଠାଇବାକୁ ପଡ଼ିଛି। ତା’ ବ୍ୟତୀତ ଅର୍ଥ ମନ୍ତ୍ରୀ ମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କଗୁଡ଼ିକରେ ଜମାରାଶି ପାଇଁ ଡିପଜିଟ ଇନ୍ସ୍ୟୁରାନ୍ସ (Deposit Insurance) ର ଲିମିଟକୁ ୧ ଲକ୍ଷ ଟଙ୍କାରୁ ବଢ଼ାଇକରି ୫ ଲକ୍ଷ ଟଙ୍କା କରିବାକୁ ଘୋଷଣା କରିଛନ୍ତି। ଯଦି କୌଣସି ବ୍ୟାଙ୍କ, କୌଣସି କାରଣରୁ ଦେବାଳିଆ ହୁଏ ତେବେ ସେହି ବ୍ୟାଙ୍କରେ ଜମାକର୍ତ୍ତାମାନଙ୍କୁ ତାଙ୍କ ଜମାରାଶିରୁ ୫ ଲକ୍ଷ ଟଙ୍କାର ବୀମା ମିଳିବ।
କ୍ୟାବିନେଟର ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ ମୋଦୀ କ୍ୟାବିନେଟ ବୁଧବାରଦିନ କୋ-ଅପରେଟିବ୍ ବ୍ୟାଙ୍କକୁ ନେଇକରି ବଡ଼ ନିଷ୍ପତି ନେଇଛନ୍ତି। କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଛନ୍ତି କି ଏବେ ସମସ୍ତ କୋଅପରେଟିଭ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ରେଗୁଲେଟ କରିବ। ସମଗ୍ର ଦେଶରେ ପ୍ରାୟତଃ ୧୫୪୦ ସହକାରୀ ଅର୍ଥାତ୍ କୋଅପରେଟିଭ ବ୍ୟାଙ୍କ ଅଛନ୍ତି। ଏହା ପୂର୍ବରୁ ଆରବିଆଇ ସରକାରୀ ଏବଂ ବେସରକାରୀ ବ୍ୟାଙ୍କଗୁଡ଼ିକୁ ରେଗୁଲେଟ୍ କରୁଥିଲା।
ଏବେ ଦେଶର ସମସ୍ତ କୋ-ଅପରେଟିଭ୍ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କର ଦୃଷ୍ଟିଗୋଚରରେ କାମ କରିବେ। ଏଥିପାଇଁ ବ୍ୟାଙ୍କିଙ୍ଗ ରେଗ୍ୟୁଲେସନ ଆକ୍ଟରେ ସଂଶୋଧନ ହେବ। ଏହି ବ୍ୟାଙ୍କଗୁଡ଼ିକରେ ନିୟୁକ୍ତିକୁ ନେଇକରି କରପୋରେଟ ଗଭର୍ଣ୍ଣାନ୍ସ ଷ୍ଟ୍ରକ୍ଚରରେ ପରିବର୍ତ୍ତନ ମଧ୍ୟ ହେବ। ଏହାକୁ ନେଇକରି RBI ଙ୍କର ଗାଇଡଲାଇନ୍ସ ଆସିବ।
ସୂଚନାଯୋଗ୍ୟଯେ, ସହକାରୀ ବ୍ୟାଙ୍କ ଦେଶରେ ୧୫୪୦ ଅଛି। ସେଥିରେ ୮ କୋଟି ୭ ଲକ୍ଷ ଜମାକର୍ତ୍ତାଙ୍କର ପଇସା ଅଛି। ଆରବିଆଇ ସବୁ ବ୍ୟାଙ୍କ ରେଗୁଲେଟ୍ କରୁଥିଲେ। କିନ୍ତୁ କୋଅପରେଟିଭ୍ ବ୍ୟାଙ୍କକୁ ରେଗୁଲେଟ୍ କରୁନଥିଲେ। ୫ ଲକ୍ଷ କୋଟି ପୁଞ୍ଜି ଏହି ବ୍ୟାଙ୍କଗୁଡ଼ିକରେ ଜମା ଅଛି। ବ୍ୟାଙ୍କିଗ ରେଗୁଲେସନ ଆମେଣ୍ଡମେଣ୍ଟ ଆକ୍ଟ ୨୦୧୯ ଅନୁଯାୟୀ ମୂଳ ଆକ୍ଟରେ ସଂଶୋଧନ କରି ରେଗୁଲେସନ ହେବ। କେବଳ ବ୍ୟାଙ୍କିଙ୍ଗ ରେଗୁଲେସନ ରହିବ। କିନ୍ତୁ ଆଡମିନିଷ୍ଟ୍ରେସନ ପାଇଁ ରେଗୁଲେସନ ରହିବ ନାହିଁ। ବ୍ୟାଙ୍କରେ ନିଯୁକ୍ତି କରିବାପାଇଁ ପଦାଧିକାରୀଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା, ଅଡ଼ିଟ୍ ନିୟମାନୁସାରେ ହେବ। ଋଣ ଛାଡ଼ ପାଇଁ ନିୟମ ପାଳନ ହେବ। ସ୍ଥିତି ଖରାପ ହେଲେ ସୁପର ସିଡ୍ କରି ବ୍ୟାଙ୍କର କଣ୍ଟ୍ରୋଲ ଆରବିଆଇ କରିପାରିବ। ଫାଇନାନସିଆଲ୍, ଷ୍ଟାବିଲିଟି ପାଇଁ ଏହା କରାଯିବ। ସମସ୍ତ ନୁହେଁ, କିଛି କୋ-ଅପରେଟିଭ ବ୍ୟାଙ୍କରେ କିଛି ଖରାପ କାମ ହେଉଛି ବୋଲି ପ୍ରକାଶ ଜାଭଡେକର କହିଥିଲେଯେ, ଡିପୋଡିଟରଙ୍କର ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।