Odiapua.com

ଆରବିଆଇ ଟ୍ୱିଟରରେ ୧୦ ଲକ୍ଷରୁ ଅଧିକ ଫଲୋୟର୍ସ – ବିଶ୍ୱର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଯାହାର ଫଲୋୟର୍ସ ସଂଖ୍ୟା ଏକ ମିଲିୟନ ପାର କରିଛି

ନୂଆ ଦିଲ୍ଲୀ ୨୩-୧୧ (ଓଡ଼ିଆ ପୁଅ) ଆରବିଆଇ ବିଶ୍ୱର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ହୋଇପାରିଛି ଯାହାର ଟ୍ୱିଟରରେ ୧୦ ଲକ୍ଷରୁ ଅଧିକ ଫଲୋୟର୍ସ ହୋଇଛନ୍ତି। ମାଇକ୍ରୋବ୍ଲଗିଂ ସାଇଟରେ ୧ ମିଲିୟନ୍ ଅନୁସରଣକାରୀଙ୍କ ସହ ଆରବିଆଇ ଆମେରିକାର ଫେଡେରାଲ୍ ରିଜର୍ଭ ଏବଂ ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ (UCB) କୁ ଅତିକ୍ରମ କରିଛି।

ଏହି ପ୍ରସଙ୍ଗରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରବିବାର ଟ୍ୱିଟ୍ କରି କହିଛନ୍ତି ଯେ, “ରିଜର୍ଭ ବ୍ୟାଙ୍କର ଟ୍ୱିଟର ଆକାଉଣ୍ଟରେ ଅନୁସରଣକାରୀଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି। ଏଥିପାଇଁ ରିଜର୍ଭ ବ୍ୟାଙ୍କରେ ଥିବା ମୋର ସମସ୍ତ ସହକର୍ମୀଙ୍କୁ ଅଭିନନ୍ଦନ।” ସୂଚନାଯୋଗ୍ୟ ଯେ ଚଳିତ ଆର୍ଥିକ ବର୍ଷରେ ୨.୫ ଲକ୍ଷ ଅନୁସରଣକାରୀ ରିଜର୍ଭ ବ୍ୟାଙ୍କର ଟ୍ୱିଟର ହ୍ୟାଣ୍ଡେଲ ସହିତ ଲିଙ୍କ୍ ହୋଇଛନ୍ତି।

ରିଜର୍ଭ ବ୍ୟାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ ଉପଲବ୍ଧ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୭, ୨୦୨୦ ରେ ଏହାର ଅନୁସରଣକାରୀଙ୍କ ସଂଖ୍ୟା ୯.୬୬ ଲକ୍ଷ ଥିଲା, ଯାହା ବର୍ତ୍ତମାନ ୧୦ ଲକ୍ଷକୁ ବୃଦ୍ଧି ପାଇଛି। ଦୁନିଆର ସବୁଠାରୁ ଶକ୍ତିଶାଳୀ କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭରେ ଟ୍ୱିଟରରେ ମାତ୍ର ୬.୬୭ ଲକ୍ଷ ଅନୁସରଣକାରୀ ଅଛନ୍ତି। ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ଅନୁସରଣକାରୀଙ୍କ ସଂଖ୍ୟା ହେଉଛି ୫.୯୧ ଲକ୍ଷ। ମାର୍ଚ୍ଚ ୨୦୦୯ ରେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଟ୍ୱିଟର ସହିତ ଲିଙ୍କ୍ ହୋଇଥିଲା। ଏଥି ସହିତ, ଅକ୍ଟୋବର ୨୦୦୯ ଠାରୁ UCB ଟ୍ୱିଟର ସହିତ ଜଡିତ ଅଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରିଜର୍ଭ ବ୍ୟାଙ୍କର ଟ୍ୱିଟର ଆକାଉଣ୍ଟ ଜାନୁୟାରୀ ୨୦୧୨ ରେ ଆରମ୍ଭ ହୋଇଥିଲା। ଗଭର୍ଣ୍ଣର ଦାସଙ୍କର ଏକ ଅଲଗା ଟୁଇଟର ହ୍ୟାଣ୍ଡେଲ ଅଛି। ଯାହାର ୧.୩୫ ଲକ୍ଷ ଅନୁସରଣକାରୀ ଅଛନ୍ତି। ମାର୍ଚ୍ଚ ୨୦୧୯ ରେ ଟ୍ୱିଟରରେ ଆରବିଆଇ ଅନୁସରଣକାରୀଙ୍କ ସଂଖ୍ୟା ୩, ୪୨, ୦୦୦ ଥିଲା, ଯାହା ମାର୍ଚ୍ଚ ୨୦୨୦ ରେ ଦ୍ୱିଗୁଣିତ ହୋଇ ୭, ୫୦, ୦୦୦ କୁ ବୃଦ୍ଧି ପାଇଥିଲା। କୋଭିଡ -୧୯ ମହାମାରୀ ସମୟରେ ସାତ ସପ୍ତାହର ଲକଡାଉନ୍ ଟ୍ୱିଟରରେ ରିଜର୍ଭ ବ୍ୟାଙ୍କରେ ଅନୁସରଣକାରୀଙ୍କ ସଂଖ୍ୟା ୧.୫ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି।