Odiapua.com

କନ୍ଧମାଳରେ ପୁଣି ଲଜ୍ଜା : ଚାରି ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ: ଅଭିଯୁକ୍ତ ନାବାଳକ ଗିରଫ

ବାଲିଗୁଡା ୧/୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି, ଚାରି ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଏନେଇ ପିଡିତାଙ୍କ ପରିବାର ପକ୍ଷରୁ ବାଲିଗୁଡା ଥାନାରେ ମାମଲା ରୁଜୁ ହେବାପରେ ପୋଲିସ୍ କେଶ ନଂ.୧୪୮/୧୯ ପ୍ରକାରେ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି। ସୂଚନା ପ୍ରକାରେ ଶିଶୁ କନ୍ୟାଟି ନିଜ ଘର ପାଖରେ ଖେଳୁଥିବା ସମୟରେ ସେହି ଅଞ୍ଚଳର ଜଣେ ନାବାଳକ ଶିଶୁ କନ୍ୟାକୁ କାଖେଇ ନେଇ ନିକଟରେ ଥିବା ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଏନେଇ ବାଲିଗୁଡା ଥାନାରେ ଏତଲା ଦାଏର କରିଥିଲେ। ଏତଲାକୁ ଭିତ୍ତି କରି ପିଡିତାଙ୍କ ଡାକ୍ତରୀ ମାଇନା କରାଇ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ନାବଳକକୁ ଧରି ଫୁଲବାଣୀ ଜୁଭେନାଇଲ କୋର୍ଟରେ ହାଜର କରିଥିବା ବିଷୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।