Odiapua.com

ଦୁଷ୍କର୍ମ ପିଡ଼ିତା ନାବାଳିକା ହେଲା ମା’:ଘଟଣା ଚପେଇ ଦେବାକୁ ଉଦ୍ୟମ

ଭୁବନେଶ୍ୱର:ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଜଣେ ନାବାଳିକା ଦୁଷର୍ମର ଶିକାର ହୋଇ ଏବେ ମା’ ହୋଇଯାଇଛି।ପଡ଼ୋଶୀ ଘରକୁ ଟିଭି ଦେଖିବାକୁ ଯାଇଥିବା ସମୟରେ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ ଏବଂ ଆଜି ଏହା ତାର ପରିଣତି ବୋଲି କୁହାଯାଉଛି।ନାବାଳିକା ଜଣଙ୍କର ୧୩/୧୪ ବର୍ଷ ହେବ ଏବଂ ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲା ବୋଲି ଖବର ମିଳୁଛି।ତେବେ ଏହି ଘଟଣାଟିକୁ ଚପାଇଦେବାକୁ ଉଦ୍ୟମ ଚାଲିଥିବା ଜଣାପଡିଛି।ଦୁଷ୍କର୍ମକାରୀ ପ୍ରଭାବୀ ଏବଂ ଗୁଣ୍ଡା ଶ୍ରେଣୀୟ ହୋଇଥିବା ବେଳେ ନାବାଳିକା ଜଣେ ଅଶିକ୍ଷିତ,ଗରିବ ପରିବାରର ହୋଇଥିବାରୁ କେହି ଏଥିରେ ମୁଣ୍ଡ ପୁରାଉ ନାହାଁନ୍ତି।ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଏପରି ଘଟଣାର ଆପୋଷ ବୁଝାବଣା ହୋଇ ନପାରିବା ଥିବା ବେଳେ ଘଟଣାକୁ କିନ୍ତୁ ସମାଧାନ,ଚପେଇ ଦେବାକୁ ଉଦ୍ୟମ ଚାଲିଛି।ଏପରିକି ନାବାଳିକା ପରିବାରକୁ କିଛି ଟଙ୍କା ଦେଇ ମୁହଁ ବନ୍ଦ କରିଦେବା ପାଇଁ ଚେଷ୍ଟା ଚାଲିଥିବା ଶୁଣାଯାଉଛି।/ଦେବଦତ୍ତ