Odiapua.com

ଯେଉଁ କାରଣରୁ ପ୍ରଥମ ପତି ଛାଡ଼ି ଦେଇଥିଲେ ରାନୁ ମଣ୍ଡଳଙ୍କୁ, ସେହି କାରଣରୁ ଆଜି ସେ କୋଟିପତି

ନୂଆ ଦିଲ୍ଲୀ ୩୦-୮ (ଓଡ଼ିଆ ପୁଅ) ରାନୁ ମଣ୍ଡଳଙ୍କର ଦୁଇଥର ବିବାହ ହୋଇଥିଲା। ପ୍ରଥମ ପତି ରାନୁ ମଣ୍ଡଳଙ୍କୁ କେଉଁ କାରଣରୁ ଛାଡ଼ିଥିଲେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

କେତେବେଳେ ରେଳ ଷ୍ଟେସନର ଗୋଟିଏ କୋଣରେ ବସି ଗୀତ ଗାଇ ଭିକ୍ଷା କରୁଥିଲେ ତ କେତେବେଳେ ଗଳି ଗଳି ବୁଲି ଲତା ମଙ୍ଗସକରଙ୍କର ଗୀତ ଗାଇ ନିଜର ଜୀବନ ବଞ୍ଚାଉଥିଲେ ରାନୁ। ଲୋକ ତାଙ୍କର ଗୀତ ଶୁଣି ବଦଳରେ କିଛି ଦେଉଥିଲେ ଯେଉଁଥିରେ ତାଙ୍କ ନିଜର ପେଟ ଭରିନେଉଥିଲେ ସେ। ଏହି ପରି କାହାଣୀଥିଲା ରାନୁ ମଣ୍ଡଳଙ୍କର ଯେତେବେଳ ପର୍ଯ୍ୟନ୍ତ ସେ ରାତାରାତି ଷ୍ଟାର ବନି ନଥିଲେ। ଏବେ ସେ ପ୍ଲେବ୍ୟାକ ସିଙ୍ଗର ଭାବରେ ବଲିଉଡ଼୍ ରେ ଡେବ୍ୟୁ କରିସାରିଛନ୍ତି। ରାତା-ରାତି ଷ୍ଟାର ବନିଥିବା ଏହି ମହିଳାଙ୍କର ଜୀବନ କିପରି ଦୁଃଖ ଭରା ଥିଲା ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଅନେକ ମିଡ଼ିଆ ରିପୋର୍ଟ୍ସରେ ରାନୁଙ୍କୁ ନେଇକରି ବିଭିନ୍ନ ପ୍ରକାରର ଖୁଲାସା ହେଉଛି। ଏବେ ତାଙ୍କର ବିବାହକୁ ନେଇକରି ନୂଆ ଖୁଲାସା ମିଡ଼ିଆରେ ହୋଇଛି।

ମିଡ଼ିଆ ରିପୋର୍ଟ୍ସ ଅନୁଯାୟୀ ରାନୁଙ୍କର ଦୁଇଟି ବିହାହ ହୋଇଥିଲା। ତାଙ୍କର ପ୍ରଥମ ପତି ପଶ୍ଚିମ ବଙ୍ଗରଥିଲେ। ସେ ରାନୁଙ୍କୁ କିଛି ବିଶେଷ ଗୁରୁତ୍ତ୍ୱ ଦେଉନଥିଲେ। ରାନୁ ୨୦ ବର୍ଷ ବୟସରୁ ହିଁ କ୍ଲବରେ ଗୀତ ଗାଉଥିଲେ। ରାନୁଙ୍କର ସ୍ୱର ଏତେ ଖ୍ୟାତନାମା ହୋଇଯାଇଥିଲା ଯେ, ଶ୍ୱଶୁରଘର ଲୋକମାନଙ୍କୁ ଏହା କଷ୍ଟ ଲାଗୁଥିଲା। ରାନୁଙ୍କର ପତିଙ୍କୁ ମଧ୍ୟ ଏହା ପସନ୍ଦ ନଥିଲା। ଧୀରେ-ଧୀରେ ରାନୁଙ୍କର ପତି ଏବଂ ତାଙ୍କ ମଧ୍ୟରେ ଦୂରତ୍ୱ ବଢ଼ିଲା ଏବଂ ଶେଷରେ ପତି ରାନୁଙ୍କୁ ଛାଡ଼ି ଦେଇଥିଲେ।

ଏହି ସ୍ୱାମୀଙ୍କ ଠାରୁ ରାନୁଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ନିଜର ବିବାହ ଭାଙ୍ଗିବା ପରେ ରାନୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ। ସେ ଗୀତ ଗାଇବା ବନ୍ଦ କରିଦେଲେ ଏବଂ ୨୦୦୦ରେ ମୁମ୍ବାଇ ଆସି ଯାଇଥିଲେ। ଏଠାରେ ତାଙ୍କୁ ଫିରୋଜ ଖାନଙ୍କ ପରି ବଡ଼ ସୁପରଷ୍ଟାରଙ୍କର ଘରେ ଚାକିରି ମିଳିଗଲା। କିଛି ସମୟ ପରେ ରାନୁଙ୍କର ସାକ୍ଷାତ ବବଲୁ ମଣ୍ଡଳଙ୍କ ସହିତ ହୋଇଥିଲା। ବବଲୁ ପଶ୍ଚିମ ବଙ୍ଗର ଥିଲେ ଏବଂ ଦୁହେଁ ବିବାହ କରିଥିଲେ।

ରାନୁଙ୍କର ପତି ବବଲୁ ଏକ ହୋଟଲରେ କାମ କରୁଥିଲେ। ଦୁର୍ଭାଗ୍ୟ ଦେଖନ୍ତୁ ୨୦୦୩ ରେ ହିଁ ବବଲୁର ମୃତ୍ୟୁ ହୋଇଯାଇଥିଲା। ବବୁଲର ମୃତ୍ୟୁ ପରେ ପରେ ରାନୁ ନିଜେ ନିଜକୁ ସମ୍ଭାଳି ପାରିନଥିଲେ। ଏବଂ ସେ ଦୁଃଖୀ ହୋଇ ପଶ୍ଚିମ ବଙ୍ଗ ପେରି ଆସିଥିଲେ। ଏଠାରେ ସେ ବିଭିନ୍ନ ଜାଗା ବୁଲି ବୁଲି ଗୀତ ଗାଇବା ଆରମ୍ଭ କରିଥିଲେ। ରାନୁଙ୍କର ସ୍ୱର ଏପରି ଥିଲା ଯାହା ଦ୍ୱାରା ଲୋକମାନେ ତାଙ୍କ ଗୀତ ଶୁଣିବା ପାଇଁ ଆକର୍ଷିତ ହେଉଥିଲେ। ଲୋକମାନେ ରାନୁଙ୍କୁ ଏହା ବଦଳରେ କିଛି ନା କିଛି ଦେଉଥିଲେ ଯାହା ଫଳରେ ସେ ନିଜର ଜୀବନ ବଞ୍ଚାଇ ପାରିଥିଲେ।

ଏହପରି ଭାବରେ ବର୍ଷ ବର୍ଷ ଏମିତି ଚାଲିଲା। କିନ୍ତୁ ଦିନେ ଅଚାନକ ଯେତେବେଳେ ରାନୁ ରାଣାଘାଟର ଏକ ରେଲୱେ ଷ୍ଟେସନରେ ବସିକରି ଗୀତ ଗାଉଥିଲେ, ସେତେବେଳେ ରାଣାଘାଟରେ ହିଁ ରହୁଥିବା ସଫ୍ଟୱେୟାର ଇଞ୍ଜିନିୟର ଅତୀନ୍ଦ୍ର ଚକ୍ରବର୍ତ୍ତୀଙ୍କର ତାଙ୍କ ଉପରେ ନଜର ପଡ଼ିଲା, ଅତୀନ୍ଦ୍ର, ରାନୁଙ୍କର ସ୍ୱର ଶୁଣି ରହିଯାଇଥିଲେ। ସେ ଏହି ସ୍ୱରରେ ଏତେ ମୁଗ୍ଧ ହୋଇଯାଇଥିଲେ ଯେ, ସେ ରାନୁଙ୍କର ଭିଡ଼ିଓ ବନାଇ ନିଜର ସୋସିଆଲ ଆକାଉଣ୍ଟରେ ଶେୟାର କରିଥିଲେ। ଅଚାନକ ଦେଖୁଦେଖୁ ଏହି ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଯାଇଥିଲା ଏବଂ ରାନୁ ରାତା-ରାତି ଷ୍ଟାର ବନିଯାଇଥିଲେ। ଆଜି ରାନୁ ନିଜର ଏହି ଜାଦୁ ପରି ସ୍ୱରରେ ସମସ୍ତଙ୍କୁ ନିଜର ଫ୍ୟାନ୍ ବନାଇ ସାରିଛନ୍ତି।