Odiapua.com

୨୦୨୦ର ଏହି ମାସରେ ରଣବୀର ଏବଂ ଆଲିୟାଙ୍କର ବିବାହ

ମୁମ୍ବାଇ ୭-୨ (ଓଡ଼ିଆ ପୁଅ) ଫିଲ୍ମ ଜଗତର ମୋଷ୍ଟ ଏଲିଜିବଲ ବ୍ୟାଛେଲର ଆକ୍ଟର ରଣବୀର କାପୁର ଏବଂ ଚୁଲବୁଲି ଆକ୍ଟ୍ରେସ ଆଲିୟା ଭଟ୍ଟଙ୍କର ବିବାହ ବିବାହ ବନ୍ଧନରେ ବାନ୍ଧିହେବେ। ସିନେ ସାମ୍ବାଦିକ ରାଜୀବ ମସନ୍ଦ ଓପନ ମାଗାଜିନରେ ଲେଖିଛନ୍ତିଯେ, ଏହି ଦୁଇଜଣଙ୍କର ବିବାହ ପାଇଁ ମାସ ନିର୍ଦ୍ଧାରିତ ହୋଇସାରିଛି।

ରାଜୀବ ମସନ୍ଦଙ୍କ ଅନୁସାରେ ଚଳିତବର୍ଷ ଡିସେମ୍ବରରେ ଏହି ଷ୍ଟାର ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ କହିଛନ୍ତିଯେ, ଚଳିତ ବର୍ଷ ଡିସେମ୍ବରରେ ରିଲିଜ ହେବାକୁ ଯାଉଛି ଦୁଇଜଣଙ୍କର ଷ୍ଟାରର ଫିଲ୍ମ ‘ବ୍ରହ୍ମାସ୍ତ୍ର’। ଏହାର ଠିକ ପରେ ବିବାହ ତାରିଖ ନିର୍ଦ୍ଧାରିତ ହେବ। ଦୁଇ ପରିବାର ବିବାହର ଅନ୍ତିମ ତାରିଖକୁ ନେଇ ସହମତି ପ୍ରଦାନ କରିଛନ୍ତି।