Odiapua.com

କି, କ୍ୟାଟୱାକ କରୁଛି କାଉ! ଲୋକେ କହିଲେ ବଡ଼ ମଡ଼େଲକୁ ବି ପଛରେ ପକେଇଦେବ!

ନୂଆ ଦିଲ୍ଲୀ ୨୪-୩ (ଓଡ଼ିଆ ପୁଅ) କେବେ ଦେଖିଛନ୍ତିକି କାଉର କ୍ୟାଟ୍‌ ୱାକ। ପ୍ରକୃତରେ କ’ଣ ଟ୍ରେନିଂ ନେଇଛି ନାଁ କେଉଁଠି ଦେଖିଛି। ବୋଧ ହୁଏ ନୁହେଁ। ଏହା ତାହାର ନ୍ୟାଚୁରାଲ ଚାଲି କିମ୍ବା ସଂକୀର୍ଣ୍ଣ ଯାଗାରେ ଏପରି ଚାଲିବାକୁ ବାଧ୍ୟ ହେଉଛି କାଉ। ସେ ଯାହା ହେଉ ସେକ୍ସି କ୍ୟାଟ୍‌ ୱାକ କରୁଛି କାଉ। ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କାଉକୁ ଏକ ବାଲକୋନୀର ପାଚେରି ଉପରେ ରାମ୍ପୱାକ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍‌ରେ ଲେଖିଛନ୍ତି, ‘ଆଇ ଆମ ଲିମିଟେଡ ଏଡିଶନ ଉଇଥ୍‌ ଆନ ଆଟିଚୁଡ।’ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ତେବେ କମେଣ୍ଟରେ ଲୋକେ କହୁଛନ୍ତି ବଡ଼ ମଡ଼େଲଙ୍କୁ ବି ପଛରେ ପକେଇ ଦେବ!