Odiapua.com

ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଉଦଯାପନ ଉତ୍ସବ

ପୁରୀ, ୧୬/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟ) : ଶ୍ରୀରାମ ସୁନ୍ଦରାକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଳିପଡ଼ା ଅବସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ଠାରେ ଚାଲିଥିବା ନବଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହେତ୍ସବରେ କନ୍ୟା ପୂଜନ ଓ ପୁର୍ଣ୍ଣାହୂତି ସମେତ ଉଦଯାପନି ହୋଇଯାଇଛି। ଉଦଯାପନ ଦିବସରେ ପ୍ରତ୍ୟକ ଦିନ ପରି ପୂର୍ବାହ୍ନ ଠାରୁ ଅପରାହ୍ନ ପର୍ଯ୍ୟନ୍ତ ତେଲେଙ୍ଗାନାର ସୁରେଶ ସାରଳା, ଶରତ ଶାରଳା ରାମାୟଣ ପାଠ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଦ୍ରିନାଥ ଧାମର ୧୦୦୮ ମହାମଣ୍ଡଳେଶ୍ୱର ବାଳକ ଯେଗେଶ୍ୱର ଦାସଜୀ ମହାରାଜ ଏବଂ ମହାରାଷ୍ଟ୍ର ଜାଲନା ଜିଲ୍ଲାର ଅନଃରାଷ୍ଟ୍ରୀୟ ସୁନ୍ଦରାକାଣ୍ଡ ପାଠକ ମନୋଜ ମହାରାଜଜୀ ଯୋଗ ଦେଇଥିଲେ। ସପ୍ତମ ଦିବସରେ ପୁରୀର ପ୍ରାକ୍ତନ ନଗରପାଳ ଶାନ୍ତିଲତା ପ୍ରଧାନ, ଜିଲ୍ଲା ପ୍ରାଣୀ ଧନ ଚିକିତ୍ସାଧିକାରୀ ପ୍ରସନ୍ନ କୁମାର ପୃଷ୍ଟ ଓ ଚିକିତ୍ସାଳୟର ଅନ୍ୟ ସଦସ୍ୟମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରୀରାମଙ୍କ ଜୀବନୀ ବୃତାନ୍ତ ଶ୍ରବଣ କରି ମନ୍ତ୍ରମୁଗ୍ଧ ହୋଇଯାଇଥିଲେ। ଅଷ୍ଟମ ଦିବସରେ ପୁର ବ୍ୟାର କାଉନସିଲର ଆଡ଼ଭୋକେଟ ସ୍ନେହାଶୀଷ ମହାନ୍ତିଙ୍କ ନେତୃତ୍ୱରେ ଅଭିବ୍ୟକ୍ତା ବୃନ୍ଦ ଅତିଥି ଭାବେ ଯୋଗ ଦେଇଥିଲେ। ସମାପନ ସମାରୋହରେ ପୌର ସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ଦାସ, କ୍ରାନ୍ତି ଓଡ଼ିଶା ତଥା ଓଡ଼ିଶା ସୁରକ୍ଷା ସେନାର ମୁଖ୍ୟ ଅଭିଶେକ ଯୋଶୀ, ରାମାୟଣୀ ପଣ୍ଡିତ ବୈଦନାଥ ଠାକୁର, ନବ ଭାରତର ଓଡ଼ିଶା ମୁଖ୍ୟ କଳିଙ୍ଗ ଟାଇମସ, ଇଣ୍ଡୋ ଏସିଆ ଟାଇମସର ଚିଫ ଏଡ଼ିଟର ହେମନ୍ତ କୁମାର ତିୱାରୀ, ଦୈନିକ ଜାଗରଣର ଓଡ଼ିଶା ପ୍ରଭାରୀ, ଶେଷନାଥ ରାୟ, ସାହି ଭାଇର ମୁଖ୍ୟ ତଥା ସମାଜ ସେବୀ ବ୍ରଜବନ୍ଧୁ ମହାରଣା, ଇଞ୍ଜିନିୟର ଉମାକାନ୍ତ ପାଣୀ ଓ ଶରତ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରଷ୍ଟର ପ୍ରତିଷ୍ଠାତା ସମ୍ପାଦକ ପଣ୍ଡିତ ବିଷ୍ଣୁଚରଣ ପଣ୍ଡାଜୀ ମହାରାଜ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସାମ୍ବାଦିକ ତଥା ଟ୍ରଷ୍ଟର ମୁଖ୍ୟ ପ୍ରବକ୍ତ ବିଷ୍ଣୁଦତ୍ତ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।