Odiapua.com

ମହିଳା ମୋର୍ଚ୍ଚା ପକ୍ଷରୁ ଗୋପୂଜନ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ..

ଭଦ୍ରକ: ପବିତ୍ର ରକ୍ଷା ବନ୍ଧନ ଓ ଗହ୍ମା ପୂର୍ଣ୍ଣିମା ପାଳନ ଅବସରରେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ସଭାନେତ୍ରୀ ହରପ୍ରିୟା ସାହୁ ପ୍ରଥମେ ଗୋ- ପୂଜନ କାର୍ଯ୍ୟ ସାରି ଟିମ୍ ସଦସ୍ୟଙ୍କ ସହ ଯାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ହାତରେ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଥିଲେ। ଏହା ସହ ଭଦ୍ରକ ଟାଉନ୍ ଥାନା ଯାଇ ପୋଲିସ୍ ଅଧିକାରୀ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହା ସହ ଜିଲ୍ଲାର ବିଭିନ୍ନ ଥାନାକୁ ଯାଇ ପୋଲିସ୍ ଅଧିକାରୀ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲା ମହିଳା ମୋର୍ଚ୍ଚା। ସେହିପରି ହରପ୍ରିୟାଙ୍କ ନେତୃତ୍ୱରେ ସରସ୍ୱତୀ ସେନାପତି, ଜିଲ୍ଲା ସମ୍ପାଦିକା ଚୈତାଳି ଖିଲାର ଓ ନଗର ସଭାନେତ୍ରୀ ପଦ୍ମିନୀ ଦ୍ବିବେଦୀ ପ୍ରମୂଖ ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ପ୍ରଦୀପ କୁମାର ନାୟକ ଏବଂ ସାମ୍ବାଦିକ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଥିଲେ।