Odiapua.com

ଲୁହ ଗଡ଼େଇ ଗଡ଼େଇ କାନ୍ଦିଲେ ରାଖୀ ସାବନ୍ତ

ମୁମ୍ବାଇ ୨୩-୯ (ଓଡ଼ିଆ ପୁଅ) ଲୁହ ଗଡ଼େଇ ଗଡ଼େଇ କାନ୍ଦିଲେ ରାଖୀ ସାବନ୍ତ। ଏବେ ସେ ବହୁ ଚିନ୍ତିତ। ପତିଙ୍କର ଦୂରତ୍ତ୍ୱ ବଗଦାସ୍ତ କରିପାରୁନାହାଁନ୍ତି ରାଖୀ ସାବନ୍ତ। କାନ୍ଦିବା ପଛର କାରଣ ହେଉଛି ତାଙ୍କ ବିବାହ। ପ୍ରଶ୍ନ ଉଠୁଛି କ’ଣ ରାଖୀ ସାବନ୍ତ ବିବାହ ବିପଦରେ କି ? ରାଖୀ ଯେଉଁପରି ଭାବରେ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ସେଥିରେ ନିଶ୍ଟିତ ଭାବରେ କୁହାଯାଇପାରିବ ତାଙ୍କ ବୈବାହିକ ଜୀବନରେ କିଛି ଠିକ ଚାଲୁ ନାହିଁ। ତେବେ ଏମିତି ଭୋ ଭୋ ହୋଇ କାହିଁକି କାନ୍ଦୁଛନ୍ତି ରାଖୀ?

ପ୍ରକୃତରେ ରାଖୀଙ୍କର ପତି ଲଣ୍ଡନରେ ରୁହନ୍ତି। ସେଥିପାଇଁ ଦୁହେଁ ବହୁତ କମ ସମୟ ପରସ୍ପରକୁ ଦେଇପାରୁଛନ୍ତି। ରାଖୀଙ୍କର ବିବାହକୁ ଏବେ ମାତ୍ର ଗୋଟିଏ ମାସ ହୋଇଛି ଏବେଠୁ ଦୁହିଁଙ୍କ ମଧ୍ୟରେ ଦୂତତ୍ୱ ଦେଖାଦେଇଛି। ରାଖୀ ସାବନ୍ତଙ୍କର ଅନେକ ଭିଡ଼ିଓ ଏପରି ସେ ସେୟାର କରିଛନ୍ତି ଯେଉଁଥିରୁ ଜଣାପଡ଼ୁଛି କି ସେ ତାଙ୍କର ପତିଙ୍କୁ ବହୁତ ମିସ କରୁଛନ୍ତି।

ଗୋଟିଏ ଭିଡ଼ିଓରେ ରାଖୀ କହୁଛନ୍ତି ଯେ, ତୁମେ ଯାହା କହିବ ମୁଁ କରିବି। ଯାହା କହିବ ଶୁଣିବି, କିନ୍ତୁ ମୋତେ ଇଗ୍ନୋର ମତ କରୋ ୟାର। ମୁଁ ରହି ପାରୁ ନାହିଁ। ଆପଣଙ୍କୁ ମୋ ଉପରେ ଟିକିଏ ବି ଦୟା ଆସୁନାହିଁ? ମୁଁ ଆପଣଙ୍କୁ ବହୁତ ଭଲପାଏ। ଅବଶ୍ୟ ରାଖୀ ସାବନ୍ତ ବିବାହ ପୂର୍ବରୁ ମଧ୍ୟ ଏହିପରି ଭିଡ଼ିଓ ସେୟାର କରିଆସୁଛନ୍ତି। ତାଙ୍କର ଫ୍ୟାନ୍ସଙ୍କୁ ତେଣୁ ତାଙ୍କ ବିବାହ ଉପରେ ମଧ୍ୟ ବିଶ୍ୱାସ ହେଉନାହିଁ। ଗୋଟିଏ ଭିଡ଼ିଓରେ ସେ କହୁଛନ୍ତି – କିଏ କହୁଛି ମୋର ଜୀବନରେ ଅସୁବିଧା ନାହିଁ ବୋଲି। ବାସ୍, ମୁଁ ନିଜର ଅବସ୍ଥା ଉପରେ ହସିବା ଶିଖି ନେଇଛି।

ରାଖୀ ସାବନ୍ତ ଗତ ମାସରେ ନିଜର ବିବାହକୁ ନେଇକରି ଜବରଦସ୍ତ ଚର୍ଚ୍ଚାରେ ଥିଲେ। ରାଖୀ ୨୮ ଜୁଲାଇରେ ମୁମ୍ବାଇର JW Marriot ହୋଟଲରେ ବିବାହ କରିଥିଲେ। ବିବାହରେ ଦୁଇ ପରିବାରର କେବଳ ୪-୫ଜଣ ଲୋକ ଉପସ୍ଥିତ ଥିଲେ। ରାଖୀ ସାବନ୍ତ ଖୁଲାସା କରିଥିଲେ କି ‘ମୋର ପତି ରିତେଶ ଆମେରୀକାର ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ସାଥିରେ କାମ କରନ୍ତି। ରିତେଶ ଡୋନାଲ୍ଡ ଟ୍ରମ୍ପଙ୍କ ଟିମର ଜଣେ ମୁଖ୍ୟ ଅଂଶ ଅଟନ୍ତି’।