ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ବିଜେପି ପକ୍ଷରୁ ଟାଙ୍ଗି ବିଜେପି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସମ୍ପାଦକ ହେମନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ବିଜେପି ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ମହାପାତ୍ର ଅତିଥି ଭାବରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସତ୍ୟ ନାରାୟଣ ପରିଡ଼ା, ମହିଳା ମୋର୍ଚ୍ଚା ସଭାନେତ୍ରୀ ମଞ୍ଜୁଲତା ଇନ୍ଦ୍ରଜିତ, କୁହୁଡ଼ି ସରପଞ୍ଚ ପ୍ରିୟମ୍ବଦା ବେହେରା, ପୁଷ୍ପଲତା ହରିଚନ୍ଦନ, ପୂର୍ବତନ ସରପଞ୍ଚ ମିତ୍ରଭାନୁ ସୁବୁଦ୍ଧି, ଭଗବାନ ସେଠ ପ୍ରମୂଖ ଯୋଗଦେଇଥିଲେ।