Odiapua.com

ରାଜ୍ୟସ୍ତରୀୟ ନୟାଗଡ଼ ଫୁଟବଲ୍ କପ୍ ଟୁର୍ଣ୍ଣାମେଂଟ: ଟ୍ରାଇବେକରରେ ଜଗା ୟୁନାଇଟେଡ ଭୁବନେଶ୍ୱରକୁ ହରାଇ ରାଜବୋରା ସମର ପଦ୍ମପୁର ୪-୧ରେ ବିଜୟୀ

ନୟାଗଡ଼, ୫ା୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜିଲ୍ଲା ଆଥ୍ଲେଟିକ ଆସୋସିଏସନ ଓ ୭୮୬ ୟୁଥ୍ କ୍ଳବ ସନ୍ଦୁରିଆର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ନୟାଗଡ଼ ଖେଳପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ୨୦୧୮ର ଚତୁର୍ଥ ଦିବସରେ ଜଗା ୟୁନାଇଟେଡ ଭୁବନେଶ୍ୱରକୁ ହରାଇ ବିଜୟୀ ହୋଇଛି। ଖେଳର ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇପାରିନଥିବାବେଳେ ଖେଳର ଦ୍ୱିତୀୟାର୍ଦ୍ଧରେ ଉଭୟେ ଉଭୟଙ୍କୁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ପ୍ରଥମେ ଭୁବନେଶ୍ୱର ଜଗା ୟୁନାଇଟେଡ ଦଳର ୧୦ ନମ୍ବର ଖେଳାଳୀ ସୋଟୋ ପଦ୍ମପୁର ଦଳକୁ ଗୋଟିଏ ଗୋଲ ଦେଇଥିବାବେଳେ ପରେ ପଦ୍ମପୁର ଦଳର ୧୧ନମ୍ବର ଖେଳାଳୀ ଇରସାଦ୍ ଆଲମ୍ ଭୁବନେଶ୍ୱର ଦଳକୁ ଗୋଟିଏ ଗୋଲ ଦେଇ ଗୋଲଟି ପରିଶୋଧ କରିଥିଲେ। ଯାହାକି ଉଭୟେ ଖେଳର ଶେଷ ପର୍ଯ୍ୟନ୍ତ ଆଉ କେହି କାହାରିକୁ କୌଣସି ଗୋଲ ଦେଇପାରିନଥିବାରୁ ଟ୍ରାଇବେକରର ସୁବିଧା ନିଆଯାଇଥିଲା। ଏଥିରେ ପଦ୍ମପୁର ଦଳ ଭୁବନେଶ୍ୱର ଦଳକୁ ୩ଗୋଟି ଗୋଲ ଦେଇ ବିଜୟୀ ହୋଇଥିଲାବେଳେ ପଦ୍ମପୁର ଦଳର ମୁକେଶ ଭୋଇଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ହଜରତ୍ ଖାଁଠାରୁ ୫ଶହ ଟଙ୍କା ଅର୍ଥ ରାଶି ହାସଲ କରିଥିଲେ। ମୁଖ୍ୟ ରେଫରୀ ଭାବେ ରାଜୁ ମହାନ୍ତି ଖେଳ ପରିଚାଳନା କରିଥିଲାବେଳେ ରେଫରି କାର୍ତ୍ତିକ ଦାଶ, ଟି.ମୋହନ ରାଓ, ପି.କେ ପାଲ୍ ପ୍ରମୁଖ ତାଙ୍କୁ ଖେଳ ପରିଚାଳନାରେ ସହାୟତା କରିଥିଲେ। ଏହି ଖେଳରେ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଦାନ କରିଥିଲାବେଳେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ହିମାଂସୁ ଶେଖର ଷଡ଼ଙ୍ଗୀ ଏବଂ ସମ୍ମାନୀତ ଅତିଥିଭାବେ ନୟାଗଡ଼ ୍ବ୍ଳକ ବିଡିଓ ଦୟାନିଧି ଶତପଥୀ ଯୋଗଦାନ କରି ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସତ୍ୟ ନାରାୟର ପ୍ରଧାନ, ନଗରପାଳ ଗୁରୁପ୍ରସାଦ ଜେନା, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଆରିଫ ଖାଁ, ଅନୱର ଅଲ୍ଲୀ, ଟୁଟୁ ଖାଁ, ସମାଜସେବୀ ଅରୁଣ ମହାନ୍ତି, ପ୍ରିୟରଂଜନ ଦାସ, ଶେଖ ନଇମ୍, ଗନୁ ଦାସ, ପ୍ରମୁଖ ଖେଳରେ ଉପସ୍ଥିତ ଥିଲେ।