Odiapua.com

ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ

ନୂଆଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) : ଆଜି ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ସିଂହ ନିର୍ବାଚିତ ହୋଇଛନ୍ତି। ବାଚନିକ ଭୋଟରେ ସେ ବିଜୟୀ ହୋଇଛନ୍ତି। ସେ ଜେଡିୟୁର ସାଂସଦ। ଏନଡିଏରୁ ପ୍ରାର୍ଥୀ ହୋଇଥିଲେ ହରିବଂଶ। ବିଜେଡି ପକ୍ଷରୁ ଏନଡ଼ିଏ ପ୍ରାର୍ଥୀ ହରିବଂଶଙ୍କୁ ମିଳିଥିଲା ସମର୍ଥନ। ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ପାଇଁ ହରିବଂଶ ବିଧିବଦ୍ଧ ଭାବେ ନିର୍ବାଚିତ ହୋଇଛନ୍ତି। ଏ ନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କାୟା ନାଇଡୁ ଅପରାହ୍ନରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ୟୁପିଏରୁ ଆରଜେଡି ନେତା ମନୋଜ ଝା ହରିବଂଶଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ।