Odiapua.com

କଂଗ୍ରେସ ଛାଡ଼ି ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ ତିର୍ତ୍ତୋଲର ବରିଷ୍ଠ ନେତା ରାଜକିଶୋର ବେହେରା

ଭୁବନେଶ୍ୱର: ଉପ- ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଗତ ୨୦୧୯ ସାଧାରଣ ନିର୍ବାଚନରେ ତିର୍ତ୍ତୋଲ ବିଧାନସଭା ପ୍ରାର୍ଥୀ ରାଜକିଶୋର ବେହେରା ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗଦାନ କରିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ବେହେରାଙ୍କ ସମେତ ଜଗତସିଂହପୁରର ପୂର୍ବତନ ବିଧାୟକ କୈଳାଶ ମଲ୍ଲିକ, ତିର୍ତ୍ତୋଲ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ନାୟକ, ବିରତୋଳା ସରପଞ୍ଚ ରୁକସାନା ବେଗମ୍‌, ମୁଲିସିଙ୍ଗ ସରପଞ୍ଚ ଅନ୍ନପୂର୍ଣ୍ଣା ବିଶ୍ୱାଳ, ପଞ୍ଚାୟତ ସମିତି ସଦସ୍ୟା ଜ୍ୟୋର୍ତିମୟୀ ମହାନ୍ତି, ସଂଯୁକ୍ତା ଜେନା, ରାଣୀ ଚାପେବାର, ବିରତୋଲା ନାଏବ ସରପଞ୍ଚ ଅବଦୁଲ୍ କାଦିର ଖାନ୍‌, ପୂର୍ବତନ ସମିତି ସଭ୍ୟ ଶରତ ମଲ୍ଲ, ମିନତୀ ଦଳେଇ, କଟରା ଅଞ୍ଚଳର ବରିଷ୍ଠ ନେତା ଅଶୋକ ମଲ୍ଲିକ, ମୁଲିସିଙ୍ଗ ଗ୍ରାମର ରଶ୍ମୀ ରଂଜନ ବିଶ୍ୱାଳ, ବିରିତୋଳା ଗ୍ରାମର ଲତିଫୁଦ୍ଦିନ, ବନବିହାରୀ ସାମଲ, ମେହେତାବ ଅଲ୍ଲୀ, ନିଆଜ ହକିମ୍‌, ସଦ୍ଦାମ ହୁସେନ୍‌, ସିକନ୍ଦର ଆଲମ ପ୍ରମୁଖ ଏବଂ ଚପଡ଼ା ଗ୍ରାମ ପୂର୍ବତନ ସରପଞ୍ଚ ଅଲେଖ ନାୟକ, ବରଗୋଳା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିମଳା ଜେନା, ତରିକୁନ୍ଦ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ରାଉତ, ବରଗୋଳା ଗ୍ରାମର ପ୍ରଦୀପ ସ୍ୱାଇଁ ପ୍ରମୁଖ ଅନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ବିଭୁ ତରାଇ, ଜଗତସିଂହପୁର ଜିଲ୍ଲା ପ୍ରଭାରୀ ଶାରଦା ପ୍ରଧାନ ପ୍ରମୁଖ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଏବଂ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ।

ଓଡ଼ିଶା ସମେତ ସମଗ୍ର ଭାରତ ବର୍ଷରେ କଂଗ୍ରେସ ଦଳ ଜନସାଧାରଣଙ୍କ ଆସ୍ଥା ହରାଇଛି। ଦଳୀୟ ଗୋଷ୍ଠୀ କନ୍ଦଳରେ ଛନ୍ଦିହୋଇ ପଡ଼ିଥିବା କଂଗ୍ରେସ ଦଳ ଏବଂ ଏହାର ନେତୃବୃନ୍ଦ ରାଜ୍ୟର ବିକାଶ ତଥା ଜନହିତ ପ୍ରସଙ୍ଗକୁ ଭୁଲିଯାଇ କେବଳ ସ୍ୱାର୍ଥବାଦୀ ହୋଇ କାର୍ଯ୍ୟ କରୁଛନ୍ତି। ଅନ୍ୟ ପଟେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନକଲ୍ୟାଣ ଓ ରାଷ୍ଟ୍ରହିତକୁ ଗୁରୁତ୍ୱ ଦେଇ ଭାରତକୁ ବିଶ୍ୱରେ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିବାରେ ସଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେବା ଅବସରରେ ତିର୍ତ୍ତୋଲର ବରିଷ୍ଠ ନେତା ରାଜକିଶୋର ବେହେରା ଏହା କହିଛନ୍ତି। -@DevDr