Odiapua.com

ଭାରତୀୟ ଯାତ୍ରା ପାର୍ଟିରେ ଅଭିନୟ କରୁଥିଲି:ନବୀନ ନୁହଁ,ମୋ ବିରୋଧରେ ନିର୍ବାଚନ ଲଢ଼ି ଦେଖାନ୍ତୁ ଧର୍ମେନ୍ଦ୍ର – ରାଜକିଶୋର

ଭୁବନେଶ୍ୱର:ଟିକେଟ ପାଇବାରୁ ବଞ୍ଚିତ ହେବା ପରେ ମୟୁରଭଞ୍ଜ ଅଞ୍ଚଳର ବିଜେପିର ଟାଣୁଆ ନେତା ତଥା ବିଜେପିର ପୂର୍ବତନ ରାଜ୍ୟ ଉପସଭାପତି ରାଜକିଶୋର ଦାସ ପଦ୍ମ ଛାଡ଼ି ଶଙ୍ଖ ଧରିଛନ୍ତି।ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକ ମାନଙ୍କ ସହ ସେ ବିଜେଡିର ଯୋଗ ଦେଇଛନ୍ତି।ଏହି ଅବସରରେ ରାଜକିଶୋର କହିଛନ୍ତି ଆଜି ଯାଏଁ ସେ ଭାରତୀୟ ଯାତ୍ରା ପାର୍ଟିରେ ଅଭିନୟ କରୁଥିଲେ।’ରାମ’କୁ ମରା ମରା କହୁଥିଲେ।ଏହା ସହ ସେ ବିଜେପି ବିରୋଧରେ ବିଶୋଦ୍ଗାର କରିବା ସହ ତାଙ୍କୁ ଦଳରେ ଅପମାନିତ,ଅତ୍ୟାଚାରିତ କରାଯାଇ ହତ୍ୟା କରାଯିବାକୁ ଚାହୁଁଥିଲେ କହି ଧର୍ମେନ୍ଦ୍ରଙ୍କ ଏକ ଛତ୍ରବାଦୀ ନୀତିକୁ ସମାଲୋଚନା କରିଥିଲେ।ବିଜେପି ନେତା ସୁବାସ ଚୌହାନ ଧର୍ମେନ୍ଦ୍ର ପ୍ରଧାନକୁ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପୁରରୁ ଲଢ଼ିବା ପାଇଁ କରିଥିବା ଆହ୍ୱାନ ଉପରେ ରାଜକିଶୋର କହିଥିଲେ,ନବୀନଙ୍କ ବିରୋଧରେ ଧର୍ମେନ୍ଦ୍ର ଲଢ଼ିବା ପର କଥା ସତ ସାହସ ଥିଲେ ଧର୍ମେନ୍ଦ୍ର ମୋ ବିରୋଧରେ ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଲଢ଼ି ଦେଖାନ୍ତୁ।//ଦେବଦତ୍ତ