Odiapua.com

ମୁଖ୍ୟମନ୍ତ୍ରୀଙ୍କ ଆଦେଶ : ରାତି ୮ଟା ପରେ ମଦ ଦୋକାନ ଖୋଲା ରହିଲେ କାର୍ଯ୍ୟାନୁଷ୍ଠାନ

ଜୟପୁର ୪-୮ (ଓଡ଼ିଆ ପୁଅ) ରାତି ୮ଟା ପରେ ମଦ ଦୋକାନ ଖୋଲା ରହିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହିପରି ଶକ୍ତ ଆଦେଶ ଦେଇଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ। ମଦ ଦୋକାନଗୁଡ଼ିକୁ ରାତି ୮ଟା ପରେ ତୁରନ୍ତ ବନ୍ଦ କରାଯିବ। ଏହି ଆଦେଶକୁ ସମ୍ପୂର୍ଣ୍ଣ ରାଜ୍ୟରେ ସଶକ୍ତ ଲାଗୁ କରିବା ପାଇଁ ନିର୍ଦେଦଶ ଦିଆଯାଇଛି।