Odiapua.com

କେଶରୀୟା ହିନ୍ଦୁ ପରିଷଦ ପକ୍ଷରୁ ରଜ ଉତ୍ସବ ପାଳିତ ..

ଭୁବନେଶ୍ୱର: କେଶରୀୟା ହିନ୍ଦୁ ପରିଷଦ ମହିଳା ବାହିନୀ ଓଡ଼ିଶା ଶାଖା ତରଫରୁ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ, ଓଡ଼ିଶାର ଗଣପର୍ବ ରଜ ଉତ୍ସବ ପାଳିତ ହୋଇଯାଇଛି। କେଶରୀୟା ହିନ୍ଦୁ ପରିଷଦ ମହିଳା ବାହିନୀ ରାଜ୍ୟ ସଭାନେତ୍ରୀ ରଶ୍ମିମୟୀ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ସଂସ୍ଥାପକ ଜ୍ଞାନ ରଞ୍ଜନ ଜେନା ଏବଂ ସାଧାରଣ ସମ୍ପାଦକ ରାଜେଶ ନନ୍ଦଙ୍କ ସମେତ ମହିଳା ବାହିନୀ ରାଜ୍ୟ ସାଧାରଣ ସମ୍ପାଦିକା ବନ୍ଦିତା ତ୍ରିପାଠୀ, ସଂପାଦିକା ଟିକିନା ଧଳ, ରାଜେଶ୍ୱରୀ ଚଇନୀ, ଅନୁସୟା ବେହେରା ଏବଂ ପୁରୀ ଜିଲ୍ଲା ସଭାନେତ୍ରୀ ଲୀନା ମହାନ୍ତିଙ୍କ ସମେତ ବିଭିର୍ଣ୍ଣ ଜିଲ୍ଲାର କେଶରୀୟା ହିନ୍ଦୁ ପରିଷଦ ମହିଳା ବାହିନୀ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।ଓଡ଼ିଆ ସଂସ୍କୃତି ତଥା ଓଡ଼ିଆ ପରମ୍ପରା ଗୁଡ଼ିକୁ ଜନମାନସରେ ଉଜ୍ଜୀବିତ କରି ରଖିବା ଲକ୍ଷରେ କେଶରୀୟା ହିନ୍ଦୁ ପରିଷଦ ଏପରି କାର୍ଯ୍ୟକ୍ରମର ଆୟୋଜନ କରୁଛି। ଆଗକୁ ମଧ୍ୟ ଭାରତୀୟ ତଥା ଓଡ଼ିଶାର ନିଆରା ପର୍ବ, ପର୍ବାଣୀ ଏବଂ ପରମ୍ପରା ଗୁଡ଼ିକୁ ପାଳନ କରାଯିବ ବୋଲି ମହିଳା ବାହିନୀ ରାଜ୍ୟ ସଭାନେତ୍ରୀ ରଶ୍ମିମୟୀ ପଟ୍ଟନାୟକ କହିଛନ୍ତି। ଏହି ଅବସରରେ କେଶରୀୟା ହିନ୍ଦୁ ପରିଷଦ ଯୁବା ବାହିନୀ ରାଜ୍ୟ ସଭାପତି ଭାବରେ ସମ୍ବିତ ମହାପାତ୍ରଙ୍କ ନାମ ଘୋଷଣା କରାଯାଇଥିଲା।
/-Dr