Odiapua.com

୧୨ ମଇରୁ ଧିରେ ଧିରେ ଆରମ୍ଭ ହେବ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ

ନୂଆ ଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବାକୁ କେବଳ ସପ୍ତାହ ବାକି ଥିବାବେଳେ ଭାରତୀୟ ରେଳବାଇ ୧୦ ମଇ ରବିବାର ଦିନ କହିଛି ଯେ ଖୁବ୍ ଶୀଘ୍ର ନୂଆଦିଲ୍ଲୀରୁ ଟ୍ରେନ୍ ଚଳାଚଳ କରିବ ଏବଂ ରିଜର୍ଭେସନ ପାଇଁ ବୁକିଂ ୧୧ ମଇ ଦିନ ୪ ଟାରୁ ଆରମ୍ଭ ହେବ ଏବଂ ଟିକେଟ୍ କେବଳ IRCTC ୱେବସାଇଟ୍ ରେ ଉପଲବ୍ଧ ହେବ।

ରେଳ ମନ୍ତ୍ରଣାଳୟ ଅନୁଯାୟୀ, ୧୨ ମଇରୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଧିରେ ଧିରେ ପୁନଃ ଆରମ୍ଭ କରିବାକୁ ଯୋଜନା କରିଛି। ପ୍ରଥମେ ୧୫ ଯୋଡ଼ି ୩୦ ରିଟର୍ଣ୍ଣ ଯାତ୍ରା ସହିତ ଚଳାଚଳ ଆରମ୍ଭ କରିବ। ଷ୍ଟେସନରେ ଟିକେଟ୍ ବୁକିଂ କାଉଣ୍ଟର ବନ୍ଦ ରହିବ। ପ୍ଲାଟଫର୍ମ ଟିକେଟ୍ କିମ୍ବା କୌଣସି କାଉଣ୍ଟର ଟିକେଟ୍ ଦିଆଯିବ ନାହିଁ।

ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଯାତ୍ରା ପୂର୍ବରୁ ସ୍କ୍ରିନିଂ କରାଯିବ। ଟ୍ରେନରେ କେବଳ ଲକ୍ଷଣ ବିହିନ ଯାତ୍ରୀଙ୍କୁ କେବଳ ଅନୁମତି ଦିଆଯିବ ବୋଲି ରେଳବାଇ କହିଛି।

ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ନୂଆଦିଲ୍ଲୀ ଷ୍ଟେସନରୁ ଦିବ୍ରୁଗଡ, ଅଗରତାଲା, ହାୱଡ଼ା, ପାଟନା, ବିଲାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ୍, ବାଙ୍ଗାଲୁରୁ, ଚେନ୍ନାଇ, ତିରୁଅନନ୍ତପୁରମ୍, ମାଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ ଏବଂ ଜାମ୍ମୁ ତାୱି ଚଳାଚଳ କରିବ।