Odiapua.com

କେନ୍ଦ୍ରାପଡ଼ାରେ ପ୍ରଥମ ଥର ପାଇଁ ଗଡ଼ିଲା ରେଳ ଇଂଜିନ

କେନ୍ଦ୍ରାପଡ଼ା ୨୯-୬ (ଓଡ଼ିଆ ପୁଅ) କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ଗଡ଼ିଲା ରେଳ ଇଂଜିନ। ଆଜି ରେଲୱେ ପକ୍ଷରୁ ପ୍ରଥମ ଥର ପାଇଁ ହରିଦାସପୁର-ପାରାଦ୍ୱୀପରେ ରୁଟରେ ଗଡିଛି ରେଳ ଇଞ୍ଜିନ। ହରିଦାସପୁର-ପାରାଦୀପ ରେଳଲାଇନର ବେଣିପୁରଠାରୁ ଗୋପଛକ ଯାଏଁ ପରୀକ୍ଷାମୂଳକ ଭାବେ ଇଞ୍ଜିନ ଗଡ଼ିଛି। ଆଜି ୨୧ କିଲୋମିଟର ରେଳପଥରେ ପରୀକ୍ଷାମୂଳକ ଭାବେ ଇଂଜିନ ଚାଲିଥିଲା। ବୈଷୟିକ ଟିମ୍‌ ଉପସ୍ଥିତ ଥିଲେ।