Odiapua.com

ରାହୁଲ ଗ୍ରାମଫୋନ ପିନ ପରି ଅଟକି ଯାଉଛନ୍ତି;ଲୋକେ ମଜା ନିଅନ୍ତୁ:ମୋଦୀ

ଭୁବନେଶ୍ୱର;୦୩,ନଭେମ୍ବର:ରାହୁଲ ଗ୍ରାମଫୋନ ପିନ ପରି ଅଟକି ଯାଉଛନ୍ତି କହି କଟାକ୍ଷ କରିଛନ୍ତି ମୋଦୀ।୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇପଡ଼ିଛନ୍ତି।ଆରୋପ ପ୍ରତ୍ୟାରୋପ ଚାଲିଛି।ଏହି କ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ଡିଲ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାରମ୍ବାର ଆଟାକ୍ କରୁଛନ୍ତି।ରାଫେଲ ଡିଲରେ ଦୁର୍ନୀତି ହୋଇଛି ଏବଂ ଏହି ଦୁର୍ନୀତିରେ ସିଧାସଳଖ ମୋଦୀଙ୍କୁ କାଠଗଡ଼ାକୁ ଟାଣି ବାରମ୍ବାର ଆକ୍ଷେପ କରୁଛନ୍ତି ରାହୁଲ ଗାନ୍ଧୀ।

ତେବେ ଏନେଇ ଏବେ ମୋଦୀ ରାହୁଳଙ୍କୁ ଶାଣିତ କଟାକ୍ଷ କରିଛନ୍ତି।ମଧ୍ୟପ୍ରଦେଶରେ ବିଜେପି ପକ୍ଷରୁ ଆୟୋଜିତ “ମୋ ବୁଥ ସବୁଠୁ ମଜଭୁତ”ର ଏକ କାର୍ଯ୍ୟକ୍ରମରେ ନାଁ ନନେଇ ପରୋକ୍ଷ ଭାବରେ ମୋଦୀ କହିଥିଲେ ଯେ,କିଛି ଲୋକ ଅଛନ୍ତି ସେମାନେ ପୂର୍ବେ ଆସୁଥିବା ଗ୍ରାମଫୋନ ରେକର୍ଡର ପିନ ପରି।ଗ୍ରାମଫୋନ ରେକର୍ଡ ବାଜିଲା ବେଳେ ଯେପରି ପିନ ଅଟକି ଗଲେ ଗୋଟିଏ ଶବ୍ଦକୁ ବାରମ୍ବାର ଉଚ୍ଚାରଣ କରେ,କିଛି ଲୋକ ସେହିପରି ଗୋଟିଏ କଥାକୁ ବାରମ୍ବାର ଉଚ୍ଚାରଣ କରୁଛନ୍ତି।ଏହା ସେ ପରୋକ୍ଷରେ ରାହୁଳଙ୍କୁ ହିଁ ଆକ୍ଷେପ କରି କହିଥିଲେ।ଏହା ସହ ମୋଦୀ କହିଲେ ସେମାଙ୍କର ମାନସିକତା କେତେ କୁଶ୍ଚିତ?ସରକାର ସକରାତ୍ମକ ଦିଗରେ କାର୍ଯ୍ୟ କରୁଥିବାରୁ ଅନ୍ୟ କିଛି ପ୍ରସଙ୍ଗ ନପାଇ ସେମାନେ ଗୋଟିଏ ମିଛକୁ ବାରମ୍ବାର କହୁଛନ୍ତି।କଂଗ୍ରେସ ଜିତିଲେ ମଧ୍ୟପ୍ରଦେଶର ସବୁ ଜିଲ୍ଲାରେ ମୋବାଇଲ ଫ୍ୟାକ୍ଟ୍ରି ଖୋଲାଯିବା ନେଇ ରାହୁଲଙ୍କ ଘୋଷଣା ଉପରେ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୋଦୀ କହିଥିଲେ ଯେ ସେମାନଙ୍କର ଏପରି ପିଲାଳିଆମି କଥାରେ ଲୋକ ନଯାଆନ୍ତୁ।ସେମାନେ ଲୋକଙ୍କୁ ବୋକା ବନେଇବାକୁ ଚେଷ୍ଟା କରୁଛନ୍ତି।ନିର୍ବାଚନ ସମୟ,ସେମାନେ ଏପରି କୁହନ୍ତୁ।ଏବଂ ଲୋକମାନେ ଏହାକୁ ଶୁଣି ମଜା ନେବା ଉଚିତ ବୋଲି ରାହୁଳଙ୍କୁ ପରୋକ୍ଷରେ ତାତ୍ସଲ୍ୟ କରି ମୋଦୀ କହିଥିଲେ।/ଦେବଦତ୍ତ