Odiapua.com

ରାହୁଲ ଗାନ୍ଧୀଙ୍କ ବିରୋଧରେ ଲଢ଼ିବେ ରାହୁଲ ଗାନ୍ଧୀ!

ୱାୟନାଡ:କେରଳର ୱାୟନାଡ ଲୋକସଭା ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଲଢ଼ୁଛନ୍ତି।ତେବେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଜଣେ ରାହୁଲ ଗାନ୍ଧୀ ୱାୟନାଡରୁ ନିର୍ବାଚନ ଲଢ଼ୁଛନ୍ତି।ସ୍ୱାଧୀନ ଭାବରେ ଲଢ଼ୁଥିବା ସେହି ପାର୍ଥି ଜଣଙ୍କର ନାଁ କେ.ଇ ରାହୁଲ ଗାନ୍ଧୀ।ତେବେ ଏହି କେ.ଇ ରାହୁଲ ଗାନ୍ଧୀଙ୍କ ପରିବାର ପୁରୁଣା ଗାନ୍ଧୀ ପରିବାର ପ୍ରଶଂସକ ବୋଲି ଜଣାପଡ଼ିଛି।କେ.ଇ ରାହୁଲଙ୍କ ବାପା ତାଙ୍କ ଆଉ ଗୋଟେ ପୁଅର ନାମ ରାଜୀବ ଗାନ୍ଧୀ ଏବଂ ଝିଅ ନାଁ ଇନ୍ଦିରା ପ୍ରିୟଦର୍ଶିନୀ ରଖିଛନ୍ତି।ସେହିପରି ୱାୟନାଡ ଆସନରୁ କେ.ରାଘୁଲ ଗାନ୍ଧୀ ନାମକ ଆଉ ଜଣେ ବ୍ୟକ୍ତି “ଅଗିଲା ଇଣ୍ଡିଆ ମକ୍କଲ କଜହଗମ ପାର୍ଟି”ରୁ ପାର୍ଥି ହେଉଥିବା ବେଳେ,ଗାନ୍ଧୀ ସାଙ୍ଗିଆ ଧାରୀ କେ.ଏମ ଶିବପ୍ରସାଦ ଗାନ୍ଧୀ ନାମକ ଆଉ ଜଣେ ବ୍ୟକ୍ତି ମଧ୍ୟ ଏହି ଆସନରୁ ପାର୍ଥି ହେଉଛନ୍ତି।ଏହାକୁ ନେଇ ଭୋଟରଙ୍କ ଭିତରେ ଭ୍ରମ ହେବାର ସମ୍ଭାବନା ରହିଛି।//ଦେବଦତ୍ତ