Odiapua.com

ରାହୁଲଙ୍କ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତପା: ମୋତିଲଲା ଭୋରା ହୋଇପାରନ୍ତି ଅନ୍ତରୀଣ ଅଧ୍ୟକ୍ଷ

ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ରାହୁଲ ଗାନ୍ଧୀ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ପଦରୁ ଇସ୍ତପା ଦେଇଛନ୍ତି। ସେ ଟ୍ୱିଟ୍ କରି ଏହି ବିଷୟରେ ଜଣାଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟକୁ ପାଇଁ ନିଜକୁ ଦାୟୀ କରିଛନ୍ତି। ସେ ପ୍ରକାଶ କରିଛନ୍ତିଯେ, କଂଗ୍ରେସ ଦଳପାଇଁ କାମ କରିଥିବା ଯୋଗୁଁ ସେ ନିଜକୁ ଭାଗ୍ୟବାନ ମନେକରୁଛନ୍ତି।

ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତପା ଦେବାପରେ ମୋତିଲାଲ ଭୋରାଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ଏକ ଗଣମାଧ୍ୟମର ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ଯେଉଁ ପର୍ଯ୍ୟନ୍ତ ନୂତନ ଅଧ୍ୟକ୍ଷ ଭାବେ ସର୍ବ ସମ୍ମତି ମିଳିନାହିଁ ସେ ପର୍ଯ୍ୟନ୍ତ ମୋତିଲାଲ ଭୋରା କଂଗ୍ରେସ ଦଳର ଅନ୍ତରୀଣ ଅଧ୍ୟକ୍ଷ ବନି ରହିବେ।