Odiapua.com

କୃଷି ଆଇନ ବିରୁଦ୍ଧରେ ରାହୁଲ ଗାନ୍ଧୀ କରିବେ ପଦଯାତ୍ରା

ନୂଆଦିଲ୍ଲୀ ୨୪-୧୨ (ଓଡ଼ିଆ ପୁଅ) : କେନ୍ଦ୍ରର ମୋଦୀ ସରକାର ଆଣିଥିବା ନୂତନ କୃଷି ଆଇନକୁ ବିରୋଧ କରି ୨୯ ତମ ଦିନ ପାଇଁ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ସରକାର ଏବଂ କୃଷକଙ୍କ ମଧ୍ୟରେ ୫ମ ପର୍ଯ୍ୟାୟ ବୈଠକ ପରେ ମଧ୍ୟ କୌଣସି ସମାଧାନ ହୋଇପାରି ନାହିଁ। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କ୍ରମାଗତଭାବେ ଆକ୍ରମଣ କରୁଥିବା କଂଗ୍ରେସ ପୁଣି ଥରେ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତି ଚଳାଇଛି। ଏହି କ୍ରମରେ ରାହୁଲ ଗାନ୍ଧୀ ଆଜି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପଦଯାତ୍ରା କରିବେ।

ୱାୟାନାଡ ସାଂସଦ ରାହୁଲ ଗାନ୍ଧୀ ଆଜି ସକାଳ ପ୍ରାୟ ୧୦.୪୫ ସମୟରେ ବିଜୟ ଚୌକରୁ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରୁଛନ୍ତି। ଏହି ମାର୍ଚ୍ଚରେ କଂଗ୍ରେସର ଅନେକ ନେତା ଉପସ୍ଥିତ ରହିଛନ୍ତି। ଏହି ମାର୍ଚ୍ଚ ପରେ ରାହୁଲ ଗାନ୍ଧୀ ନୂତନ ନିୟମ ପ୍ରସଙ୍ଗରେ ରାଷ୍ଟ୍ରପତି ରାମନାଥ କୋଭିଙ୍ଗଙ୍କ ସହ ଆଲୋଚନା କରିବେ। ଖବର ଅନୁଯାୟୀ, କେବଳ ରାହୁଲଗାନ୍ଧୀ, ବିରୋଧି ଦଳ ନେତା ଅଧିର ରଞ୍ଜନ ଚୌଧୁରୀ, ଗୁଲାମନବୀ ଆଜାଦ ରାଷ୍ଟ୍ରପତିଙ୍କ ନିକଟରେ ଦୁଇ କୋଟି ଦସ୍ତଖତ ସହିତ ଏକ ସ୍ମାରକପତ୍ର ପ୍ରଦାନ କରିବେ।