Odiapua.com

ରାଫେଲ ନାଡାଲ ଡେନିୟଲ ମେଦବେଦେବକୁ ହରାଇ ୟୁଏସ ଓପନ ଜିତିଲେ

ନ୍ୟୁୟର୍କ ୯-୯ (ଓଡ଼ିଆ ପୁଅ) ୟୁଏସ ଓପନର ଫାଇନାଲ୍ ମ୍ୟାଚ୍ ରେ ଜବରଦସ୍ତ ଖେଳ ପ୍ରଦର୍ଶନ କରି ରାଫେଲ ନାଡାଲ ଡାନିଏଲ ମେଦବେଦେବଙ୍କୁ ହରାଇ ୨୦୧୯ ୟୁଏସ ଓପନ ଟାଇଟଲକୁ ନିଜର ନାମରେ କରି ନେଇଛନ୍ତି। ନାଡାଲ ଲନେ ମେଦବେଦେବଙ୍କୁ ୭-୫, ୬-୩, ୫-୭,୪-୬, ୬-୪ ରେ ହରାଇଛନ୍ତି।

ଏହା ରାଫେଲ ନାଡାଲଙ୍କର ୧୯ଚମ ଗ୍ରାଣ୍ଡ ସ୍ଲାମ ସିଂଗଲ୍ସ ଟାଇଟଲ ବିଜୟ ଅଟେ। ଏବଂ ୟୁଏସ ଓପନରେ ଏହା ତାଙ୍କର ପଞ୍ଚମ ବିଜୟ ଅଟେ। ଏହି ବିଜୟ ସହିତ ହିଁ ନାଡାଲ ରୋଜର ଫେଡରରଙ୍କର ସର୍ବାଧିକ ୨୦ ସିଂଗଲ୍ସ ଗ୍ରାଣ୍ଡ ସ୍ଲାମର ଟାଇଟଲରୁ ଗୋଟିଏ ପାଦ ଦୂରରେ ଅଛନ୍ତି।

ପ୍ରଥମ ସେଟରେ ବହୁତ ନିକଟତମ ଥିବା ବେଳେ ପରେ ନାଡାଲ ଦ୍ୱିତୀୟ ସେଟରେ ଜବରଦସ୍ତ ଖେଳିଥିଲେ। ପ୍ରଥମ ସେଟ ବହୁତ ରୋମାଞ୍ଚକ ଥିଲା ଏବଂ ଏହା ୬୨ ମିନଟ ପର୍ଯ୍ୟନ୍ତ ଖେଳାଯାଇଥିଲା। ତୃତୀୟ ସେଟରେ ମେଦବେଦେବ ଭଲ ଖେଳ ପ୍ରଦର୍ଶନ କରିଥିଲେ ଏବଂ ୩-୧ ରେ ଆଗୁଆ ଥିଲେ। ଏହା ନୁହେଁ ଆଗ ସେଟରେ ସେ ୫-୪ ରେ ଆଗୁଆ ରହିଥିଲେ। ଏହା ପରେ ତୃତୀୟ ସେଟ ସମାନ ସ୍ତରରେ ଥିଲା ଏବଂ ଏହା ୫-୫ ରେ ରହିଥିଲା। କିନ୍ତୁ ଆଗ ଦୁଇଟି ଗେମରେ ମେଦବେଦେବ ଜବରଦସ୍ତ ଖେଳିଥିଲେ ଏବଂ ତୃତୀୟ ସେଟ ନିଜର ନାମରେ କରିଥିଲେ। ପଞ୍ଚମ ସେଟରେ ନାଡାଲ ମେଦବେଦେବଙ୍କୁ ୨୮ ଶଟ ରାଲିରେ ୩-୨ ରେ ପଛରେ ପକାଇଥିଲେ, ଏବଂ ତା’ ପରେ ନାଡାଲ ପଞ୍ଚମ ସେଟରେ ୬-୪ ରେ ସମାପ୍ତ କରିଥିଲେ।

ନୋବାକ ଜୋକୋବିକ ଏହି ତିନିଜଣଙ୍କ ମଧ୍ୟରୁ ସବୁଠାରୁ ଯୁବ ଖେଳାଳି ଯିଏକି ୩୨ ବର୍ଷ ବୟସରେ ୧୬ ଟାଇଟଲ ନିଜରେ କରିଛନ୍ତି। ନାଡାଲ ୟୁଏସ ଓପନ ଟାଇଟଲରେ ବିଜୟ ଲାଭ କରିବା ପରେ ଜୋକୋବିକଙ୍କୁ ପଛରେ ପକାଇ ଦେଇଛନ୍ତି।