Odiapua.com

ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ପ୍ରଶ୍ନ

ଭୁବନେଶ୍ୱର:ପୁରୀଠାରେ ଆୟୋଜିତ ମିଶନ ଶକ୍ତି ମହିଳା ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗଦାନ ଏବଂ ବିଭିନ୍ନ ଘୋଷଣା କରିବାର କିଛି ସମୟ ପରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ବାଣ କରିଛନ୍ତି।

ପ୍ରଭାତୀ ନବୀନଙ୍କୁ ପ୍ରଶ୍ନ କରିଛନ୍ତି :-

୧. ନାବାର୍ଡର ତଥ୍ୟ ସ୍ପଷ୍ଟ କରୁଛି ବାର୍ଷିକ ହାରାହାରି ୭୨ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠି ବ୍ୟାଙ୍କ୍ ଋଣ ପାଉଛନ୍ତି।ଯଦି ୬ ଲକ୍ଷ ଗୋଷ୍ଠି ଅଛି ତାହେଲେ ବାକି ୫ ଲକ୍ଷ ୨୮ ହଜାର ସ୍ଵୟଂ ସହାୟକ ଗୋଷ୍ଠୀ କ’ଣ ପାଇବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜବାବ ଦେବେ କି?
୨. ସ୍ଵୟଂ ସହାୟକ ଗୋଷ୍ଠୀମାନେ ମାଇକ୍ରୋଫାଇନାନ୍ସ ଠାରୁ ଋଣ ନେଉଛନ୍ତି।ସରକାର କେମିତି ସୁଧ ଛାଡ଼ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜବାବ ଦେବେ କି?
୩. ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୩୦୦୦ ଟଙ୍କାରେ ସ୍ମାର୍ଟଫୋନ ଦରକାର ନା ସ୍ୱାବଲମ୍ବନ ପାଇଁ ଦକ୍ଷତା ବିକାଶ ଓ ପ୍ରସ୍ତୁତ ସାମଗ୍ରୀର ବଜାର ଦରକାର,ମାନ୍ୟବର ମୁଖ୍ୟମନ୍ତ୍ରୀ ଜବାବ ଦେବେ କି?
୪. ମହିଳାଙ୍କୁ ଭୁଆଁ ବୁଲାଇବାପାଇଁ ପୁରୁଣା ଯୋଜନା ଗୁଡିକୁ ପୁନଃ ଘୋଷଣା କଲେ ମିଛୁଆ ମୁଖ୍ୟମନ୍ତ୍ରୀ !
୫. ମହିଳାଙ୍କୁ ସାମାନ୍ୟ ସୁରକ୍ଷା ଦେଇ ନପାରୁଥିବା ୧୯ ବର୍ଷର ଗୃହମନ୍ତ୍ରୀ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳାଙ୍କୁ କେବଳ ଭୋଟ ବ୍ୟାଙ୍କ ଭଳି ଦେଖିବା ନଜରକୁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ନିନ୍ଦା କରୁଛି !
୬. ରାଜ୍ୟର ଏକ ମହିଳା ବିରୋଧୀ ସରକାର ବେବିନା,ସସ୍ମିତା ଓ ମାଧବିଲତାର ଆତ୍ମାକୁ କି ଉତ୍ତର ଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ?

ଜବାବ ମାଗୁଛି ଓଡ଼ିଶା କହି ପ୍ରଭାତୀ ନବୀନ ପଟ୍ଟନାୟକଙ୍କୁ ଏହି ସବୁ ପ୍ରଶ୍ନ କରିଛନ୍ତି।/ଦେବଦତ୍ତ