Odiapua.com

ପୁରୀରେ ବୋମାମାଡ଼: ୭ ଗିରଫ

ପୁରୀ ୧୭-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁରୀରେ ବୋମାମାଡ। ଏହି ଘଟଣାରେ ପୁରୀ ବାସେଳୀସାହି ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଜଵତ କରିଛି। ଏହି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି। ବାଲି ଗୋଡି ସପ୍ଲାଇକୁ ନେଇ ଦୁଇ ଅପରାଧୀ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନ ଧରି ପୂର୍ବ ଶତ୍ରୁତା ଲାଗି ରହିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଲୋକନାଥ ରୋଡ ଜୀବରାମଜି ପଲ୍ଲି ଠାରେ ଜଣେ ଯୁବକଙ୍କୁ ସଙ୍ଗବଦ୍ଧ ଭାବେ ଆକ୍ରମଣ ସହ ବୋମା ମାଡ କରାଯାଇଥିଲା। ତେବେ ସୌଭାଗ୍ୟ ବଶତଃ ସମ୍ପୃକ୍ତ ଯୁବକ ବର୍ତ୍ତି ଯାଇଥିଲେ। ଏନେଇ ପପିନା ଦାଶଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ଧାରା ଅନୁଯାୟୀ ୭ ଜଣ ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ବିଶାଲ୍ ସିଂହ ସୂଚନା ଦେଇଛନ୍ତି।