Odiapua.com

ପୁରୀ ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା: ମୋ’ ଫୋନରେ ସବୁ ଭିଡିଓ ଅଛି ..

ଭୁବନେଶ୍ୱର/ପୁରୀ: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ୱର ଶିଶୁପାଳଗଡ଼ ଲକ୍ଷ୍ମୀ ବିହାର ସ୍ଥିତ ସମ୍ପର୍କୀୟଙ୍କ ଘରୁ ମିଳିଛି ତାଙ୍କ ମୃତଦେହ। ବେକରେ ଗାମୁଛା ବନ୍ଧା ହୋଇ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଧର୍ମେନ୍ଦ୍ରଙ୍କ ମୃତଦେହ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ, ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ଫେସବୁକରେ କରିଥିବା ଏକ ପୋଷ୍ଟ୍ “ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ” ନେଇ ଘଟଣା ବଡ଼ ରହସ୍ୟ ଘେରକୁ ଆସିଯାଇଛି। ଏହାକୁ ନେଇ ଧର୍ମେନ୍ଦ୍ର ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଯେଉଁ ମୋବାଇଲ୍ କଥା କହିଛନ୍ତି ତାହା ସାର୍ବଜନୀନ ହେବା ଦରକାର ବୋଲି ବିଜେପିର ବରିଷ୍ଠ ନେତ୍ରୀ ତଥା ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା କହିବା ସହ ତଦନ୍ତ ହେଲେ ମୃତ୍ୟୁର ରହସ୍ୟ ଉନ୍ମୋଚନ ହେବ ବୋଲି ଟ୍ୱିଟ୍ କରି ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ, ମୋ’ ସରକାର ୫- ଟି, ଭୁବନେଶ୍ୱର – କଟକ କମିଶନରେଟ୍ ପୋଲିସ୍, ପୁରୀ ଜିଲ୍ଲାପାଳ ଏବଂ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଟ୍ୟାଗ୍ କରିଛନ୍ତି। ପାରିବାରିକ କଳହ କାରଣରୁ ଧର୍ମେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବା ବେଳେ ଘଟଣା କିନ୍ତୁ, ବଡ଼ ରହସ୍ୟ ଘେରକୁ ଆସିଯାଇଛି।
-/Dr