Odiapua.com

“ତାଜମହଲ” ପରିସରରେ ପୂଜା ଅର୍ଚ୍ଚନା ଏବଂ ଆରତୀ!

ଆଗ୍ରା:ଆଗ୍ରା ସ୍ଥିତ “ତାଜମହଲ” ପରିସର ମଧ୍ୟରେ ମହିଳା ମାନଙ୍କ ଦ୍ୱାରା ପୂଜା,ଅର୍ଚ୍ଚନା ଏବଂ ଆରତୀ କରାଯାଇଥିବା ଜଣାପଡ଼ିଛି।ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି।କଟ୍ଟର ହିନ୍ଦୁବାଦୀ ସଙ୍ଗଠନ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ(ଏଏଚପି)ର ରାଷ୍ଟ୍ରୀୟ ବଜରଙ୍ଗ ଦଳ ସହ ଜଡ଼ିତ ତିନି ଜଣ ମହିଳା ତାଜମହଲ ପରିସର ମଧ୍ୟରେ ପ୍ରବେଶ କରି ପୂଜା ଅର୍ଚ୍ଚନା ଏବଂ ଆରତୀ କରିବା ସହ ଗଙ୍ଗାଜଳ ଛିଞ୍ଚିଛନ୍ତି।ଏନେଇ ଆରତୀ କରିଥିବା ମହିଳା ରାଷ୍ଟ୍ରୀୟ ବଜରଙ୍ଗ ଦଳର ଜିଲ୍ଲା ଅଧ୍ୟକ୍ଷ ମିନା ଦେବୀ ଦିବାକର କହିଛନ୍ତି ଯଦି ମୁସଲିମଙ୍କୁ ଏଠାରେ ସବୁଦିନ ନମାଜ ପଢ଼ିବାର ସୁଯୋଗ ଦିଆଯାଉଛି, ତେବେ ଆମେ ବି ଆମର “ତେଜୋ ମହାଳୟ”ରେ ପୂଜା ଅର୍ଚ୍ଚନା କରିପାରିବୁ।ସୂଚନାଯୋଗ୍ୟ ଯେ କଟ୍ଟର ହିନ୍ଦୁବାଦୀ ସଙ୍ଗଠନ ଗୁଡ଼ିକ “ତାଜମହଲ” କୁ “ତେଜୋ ମହାଳୟ” କହି ଆସୁଛନ୍ତି।ଭାରତୀୟ ପୂରାତନ ସର୍ବେକ୍ଷଣ ବିଭାଗ(ଏଏସଆଇ) କହିଛି ଭାଇରାଲ ଭିଡିଓଟିର ପ୍ରାମାଣିକତା ଯାଞ୍ଚ କରାଯାଉଛି।/ଦେବଦତ୍ତ

https://twitter.com/PiyushRaiTOI/status/1064017820751749120?s=08